ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କନ୍ଧମାଳ-ବୌଦ୍ଧ ସୀମାନ୍ତ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ, ୨ ମହିଳା ମାଓବାଦୀଙ୍କ ମୃତ୍ୟୁ ସୂଚନା

ବହୁ ମାଓ ସାମଗ୍ରୀ ଜବତ , କଂମ୍ବି ଅପରେସନ ଜାରି

ଫୁଲବାଣୀ :  ଯବାନ ଓ ମାଓବଦୀଙ୍କ ମଧ୍ୟରେ ଗୁଳି ବିନିମୟ । ଗୁଳି ବିନିମୟରେ ୨ ମାଓବାଦୀ ମୃତ୍ୟୁ ହୋଇଥିବା ବେଳେ ବହୁ ଆହାତ ହୋଇଥିବା ଜଣାପଡିଛି।  କିଛି ମାଓ କ୍ୟମ୍ପ ଠାବ ହେବା ସହ ବହୁ ମାଓ ସାମଗ୍ରୀ ଜବତ ମଧ୍ୟ ହୋଇଥିବା ସୁଚନା ମିଳିଛି।କେକେବିଏନ ମାଓ ସଂଗଠନ ଉକ୍ତ ଜଙ୍ଗଲରେ ରହିଥିବା ସନ୍ଧେହ କରାଯାଉଛି । ତେବେ ଡିସେମ୍ବର ୦୧ ତାରିଖ ରୁ ସପ୍ତାହ ଧରି ପିଏଲଜି ସପ୍ତାହ ପାଳନ କରୁଛି ଲାଲ ବାହିନି ।

ସୂଚନା ଅନୁଯାୟୀ କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ସିମାନ୍ତ ଗୋଛାପଡା ଥାନା ମାଟାକୁପା ସଂରକ୍ଷିତ ଜଙ୍ଗଲ ମଧ୍ୟରେ କନ୍ଧମାଳ ଜିଲ୍ଲା ପୁଲିସ ଓ ଏସଓଜି ପକ୍ଷରୁ କୁମ୍ବିଂ ଅପେରସନ ଚାଲିଥିବା ବେଳେ ଜଙ୍ଗଲ ମଧ୍ୟରେ ବହୁ ମାଓବାଦୀ ରହିଥିବା ଦେଖିବାକୁ ମିଳିଥିଲା।ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିବା ପରେ ଜବାନ ପାଲଟା ଗୁଳି ବିନିମୟ କରିଥିଲେ । ପାଖା ପାଖି ଏକ ଘଣ୍ଟାର ଧରି ମାଓବାଦୀ ମାନଙ୍କ ସହିତ ଏସଓଜି ଟିମ ମୁହାଁମୁହିଁ ହୋଇଥିଲେ । ଗୁଳି ବିନିମୟ ବେଳେ ୨ମହିଳା ମାଓବାଦୀ ମୃତ୍ୟୁ ହୋଇଥିବା ସହ ବହୁ ମାଓବାଦୀ ଆହତ ହୋଇଥିବା ସୂଚନା ମିଳିଛି ।

ତେବେ ଉକ୍ତ ଜଙ୍ଗଲରୁ ମାଓକ୍ୟାମ୍ପ ଠାବ ହେବା ସହ ୪ ଫାୟାର ଆର୍ମ ,ଗୋଟିଏ ଇନସାସ୍ ବନ୍ଧୁକ , ୧୧ ରାଉଣ୍ଡ ଗୁଳି , ଗୋଟିଏ ଆଇଡି ବହୁ ମାଓ ସାମଗ୍ରୀ ଜବତ ହୋଇଥିବା ବିଶେଷ ସୁତ୍ରରୁ ଜଣା ପଡିଛି । ବର୍ତମାନ ମଧ୍ୟ ସେହି ଜଙ୍ଗଲରେ ଏସଓଜି ଓ ଡିଭିଏଫ ଟିମ ପକ୍ଷରୁ କୁମ୍ବିଂ ଅପେରସନ ଜାରି ରହିଛି । ତେବେ ଗୁଳି ବିନିମୟରେ କେତେ ଜଣ ମାଓବାଦୀ ଆହତ ହୋଇଛନ୍ତି ଏବଂ କେଉଁ କ୍ୟାଡ଼ର ମାଓବାଦୀ ମାନେ ସେହି ଜଙ୍ଗଲରେ ଡ଼େରା ପକାଇଥିଲେ । ସେ ନେଇଁ କୌଣସି ବିସ୍ତୃତ ସୂଚନା ମିଳିପାରିନାହିଁ । ମାଓବାଦୀ ସଂଘଠନ ପକ୍ଷରୁ ବର୍ତମାନ ପିଏଲଜି ସପ୍ତାହ ପାଳନ ଚାଲିଛି । ତେଣୁ ଏହି ପିଏଲଜି ସପ୍ତାହ ପାଳନ କରିବା ସହିତ କୌଣସି ବଡ଼ ଧରଣର ଅଘଟଣ ଘଟେଇବା ପାଇଁ ମାଓବାଦୀ ମାନେ ସେହି ଜଙ୍ଗଲରେ ଡ଼େରା ପକେଇଥିଲେ ବୋଲି ସନ୍ଦେହ କରାଯାଉଛି । ତେବେ ଏ ବାବଦରେ ବର୍ତମାନ ସୁଦ୍ଧା ଜିଲ୍ଲା ପୁଲିସ ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Leave A Reply

Your email address will not be published.