ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଲାଙ୍ଗୀରରେ ଉଦ୍ଧାର ହେଲା ଆତଙ୍କ ସୃଷ୍ଟି କରଥିବା ଉନ୍ମାଦ ଯୁବକ

ବଲାଙ୍ଗୀର : ପ୍ରେମିକର ଉନ୍ମତ୍ତକାଣ୍ଡ । ପ୍ରେମିକାକୁ ଉଠାଇ ଆଣିବାକୁ ଝିଅ ମାମୁଁ ଘରେ ଧସେଇ ପଶିଲା ଯୁବକ । ଭାଣିଜୀ ସହ ଏକ ତରଫା ପ୍ରେମ ସମ୍ପର୍କ ଥିବାରୁ ତାଙ୍କୁ ଅପହରଣ କରି ନେବା ପାଇଁ ବନ୍ଧୁକ ଧରି ଧସେଇ ପଶିଥିଲା ଯୁବକ ।  ଯୁବକ ଜଣଙ୍କ ହେଉଛନ୍ତି ବିକ୍ରମ ପଣ୍ଡା । ମହିଳା କଲେଜ ଛକରେ ତାଙ୍କର ଜେରକ୍ସ ଓ ଇଣ୍ଟରନେଟ ଦୋକାନ ରହିଛି । ଦୀର୍ଘ ୪ଘଣ୍ଟା ଧରି ବଲାଙ୍ଗୀର ପୋଲିସର ଅପରେସନ ପରେ ମଦନମୋହନ ହୋତାଙ୍କ  ପୁଅ ଦିବ୍ୟ ରଞ୍ଜନ ହୋତା, ତାଙ୍କ ସ୍ତ୍ରୀ ଓ ୧୫ବର୍ଷର ପୁଅକୁ ପୋଲିସ ସୁରକ୍ଷିତ ଭାବେ ଝରକା ପଟୁ ଉଦ୍ଧାର କରିଛି । ଏନେଇ ବଲାଙ୍ଗୀର ପୋଲିସ ଏସ୍‌ଡିପିଓ ତୋଫାନ ବାଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯୁବକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବା ନେଇ ଏସ୍‌ଡିପିଓ ଙ୍କ ସମେତ ୨ ଜଣିଆ ପୋଲିସ ଟିମ୍ ଘର ଭିତରକୁ ପଶି ବନ୍ଧକଙ୍କୁ ଉଦ୍ଧାର କରିଥିଲେ । କାବୁ କରିବା ସମୟରେ ବନ୍ଧୁକଧାରୀ ଦୁର୍ବୃତ୍ତ ଜଣକ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲା। ତେବେ ଫାୟାରିଂରେ କାହାରି କ୍ଷତି ହୋଇନଥିବା ସୂଚନା ମିଳିଛି। ଏହା ପୂର୍ବରୁ ବନ୍ଧକଙ୍କୁ ଉଦ୍ଧାର କରାଯାଇଥିଲା। ଶିଡ଼ି ପକାଇ ପୋଲିସ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲା।

ସଚନା ଅନୁଯାୟୀ, ଆଜି ଜଣେ ଯୁବକ ବଲାଙ୍ଗୀର ସହର ଶାନ୍ତିପଡାରେ ମଦନ ମୋହନ ହୋତାଙ୍କ ଘରେ ବନ୍ଧୁଙ୍କ ଧରି ପସିଯାଇଥିଲା। ଯାହାକୁ ନେଇ ବଲାଙ୍ଗୀର ସହରରେ ଚାଞ୍ଚଲ୍ୟ ଖେଳିଯାଇଥିଲା । ଅନ୍ୟ ଏକ କୋଠରୀରେ ପରିବାରର ସ୍ବାମୀ, ସ୍ତ୍ରୀ ଓ ୧୫ ବର୍ଷର ପୁଅ ବନ୍ଦୀ ହୋଇ ରହିଥିଲ୍ । ଘର ବାହାରେ ପୁଲିସ ଘେରି ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲା। ପୁଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେସନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା।  ଦୀର୍ଘ ୫ଘଣ୍ଟାର ଅପରେସନ ପରେ ପୁଲିସକୁ ସଫଳତା ମିଳିଥିଲା। 

Leave A Reply

Your email address will not be published.