ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆଇପିଏଲ ୨୦୨୨ : ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜୁରାଟ ଟାଇଟନ୍ସ, ବ୍ୟାଟିଂ କରିବ ପଞ୍ଜାବ କିଙ୍ଗସ୍

ମୁମ୍ବାଇ: ଆଜି ଇଣ୍ଡିଆନ ପ୍ରିମିୟର ଲିଗର ୧୬ ତମ ମ୍ୟାଚରେ ମୁହାଁମୁହିଁ ହେଉଛନ୍ତି ପଞ୍ଜାବ କିଙ୍ଗସ୍ ଓ ଗୁଜୁରାଟ ଟାଇଟନ୍ସ। ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ଟାଇଟନ୍ସ ଅଧିନାୟକ ହାର୍ଦ୍ଧିକ ପାଣ୍ଡ୍ୟା । ଫଳରେ ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ । ପଞ୍ଜାବ କିଙ୍ଗସ୍ ପକ୍ଷରୁ ଆଇପିଏଲ ଡେବ୍ୟୁ କରିବେ ଜନ୍ନି ବେୟାରଷ୍ଟୋ । ଅନ୍ୟପଟେ ଗୁଜୁରାଟ କ୍ୟାମ୍ପ୍‌ରୁ ମଧ୍ୟ ଦୁଇଜଣ ଖେଳାଳି ସାଇ ସୁଦର୍ଶନ ଓ ଦର୍ଶନ ନାଲକଣ୍ଡେ ଡେବ୍ୟୁ କରୁଛନ୍ତି ।

ଚଳିତ ଆଇପିଏଲରେ ଗୁଜୁରାଟ ୨ଟି ମ୍ୟାଚ ଖେଳି ୨ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି ପଞ୍ଜାବ କିଙ୍ଗସ୍ ୩ଟି ମ୍ୟାଚରୁ ୨ଟିରେ ବିଜୟ ଲାଭ କରି ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ପଞ୍ଜାବ କିଙ୍ଗସ୍ ଚଳିତ ସିଜିନର ପ୍ରଥମ ମ୍ୟାଚରେ ଆରସିବିଠାରୁ ଦମଦାର ବିଜୟ ଲାଭ କରି ସିଜିନ୍ ଆରମ୍ଭ କରିଥିଲା । ଦ୍ୱିତୀୟ ମ୍ୟାଚରେ କୋଲକାତାଠାରୁ ପରାସ୍ତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ପରାଜୟ ପରେ ଦମଦାର କମବ୍ୟାକ୍ କରିଥିଲା ପଞ୍ଜାବ । ତୃତୀୟ ମ୍ୟାଚରେ ପଞ୍ଜାବ ଡିଫେଣ୍ଡିଂ ଚମ୍ପିଆନ ଚେନ୍ନାଇକୁ ପରାସ୍ତ କରି ଦ୍ୱିତୀୟ ବିଜୟ ହାସଲ କରିଥିଲା । ସେହିପରି ଗୁଜୁରାଟ ଟାଇଟନ୍ସ କଥା କହିବା ତାହାଲେ ଗୁଜୁରାଟ ଚଳିତ ସିଜିନରେ ଲଗାତର ଦୁଇଟି ମ୍ୟାଚରେ ବିଜୟ ଲାଭ କରିଛି । ତେବେ ଆଜିର ମ୍ୟାଚରେ ଉଭୟ ଦଳ ବିଜୟ ଲାଭ କରି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବେ ।

Leave A Reply

Your email address will not be published.