ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଜୁରାଟ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଜାରି, ୭୮୮ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଗାନ୍ଧୀନଗର: ଗୁଜୁରାଟ ବିଧାନସଭାର ଆଜି ପ୍ରଥମ ପର୍ଯ୍ୟାୟ ମତଦାନ । ୧୯ ଜିଲ୍ଲାର ୮୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସଂଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ ଏହି ମତଦାନ ପ୍ରକ୍ରିୟା । ଏହି ପର୍ଯ୍ୟାୟରେ ୭୮୮ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୨ କୋଟି ୩୯ ଲକ୍ଷରୁ ଅଧିକ ଭୋଟର ଭୋଟ ଦେଇ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି । ୧୯ ଜିଲ୍ଲାରେ ଭୋଟ ଗ୍ରହଣ ପାଇଁ ୨୫ ହଜାର ୪୪୩ ମତଦାନ କେନ୍ଦ୍ର କରାଯାଇଛି । ଶାନ୍ତି ଶୃଙ୍ଖଳାର ସହ ମତଦାନ ସାରିବାକୁ କଡା ସୁରକ୍ଷାର ବନ୍ଦୋବସ୍ତ କରାଯାଇଛି । ୨୦୧୭ ସାଧାରଣ ନିର୍ବାଚନରେ ଏହି ୮୯ଟି ସିଟରେ ବିଜେପି ୪୮ ଟି ଜିତିଥିବା ବେଳେ କଂଗ୍ରେସ ୪୦ଟି ଆସନ ଅକ୍ତିଆର କରିଥିଲା ଏବଂ ଗୋଟିଏ ସିଟ ସ୍ବାଧୀନ ପ୍ରାର୍ଥୀଙ୍କ ନିକଟକୁ ଯାଇଥିଲା ।

Leave A Reply

Your email address will not be published.