ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଆସିଲା ବଡ଼ଦିନ ଓ ନୂଆବର୍ଷ ପାଇଁ ନୂଆ ଗାଇଡଲାଇନ୍

ଭୁବନେଶ୍ବର: ବଡଦିନ ଓ ନୂଆବର୍ଷ ପାଇଁ ରାଜ୍ୟ ସରକାର ଲାଗୁ କଲେ କଟକଣା । ଡିସେମ୍ବର ୨୫ ତାରିଖରୁ ଜାନୁଆରୀ ୨  ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ। ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା ଥିବାରୁ ସରକାର ଭିଡ ନିୟନ୍ତ୍ରଣ ପାଇଁ କଟକଣା ଲାଗୁ କରିଛନ୍ତି। କେବଳ କୋଭିଡ କଟକଣା ଭିତରେ ବାହାଘର ଓ ଶ୍ରାଦ୍ଧୋତ୍ସବକୁ ସରକାର ଅନୁମତି ଦେଇଛନ୍ତି।

ଜାରି କଟକଣା ଅନୁଯାୟୀ, ବଡଦିନ ପାଳନ କେବଳ ଚର୍ଚ୍ଚ ଭିତରେ ସୀମିତ ରହିବ। ୫୦  ଜଣଙ୍କୁ ନେଇ ବଡଦିନ ପାଳନ କରିବାକୁ ଅନୁମତି ଦିଆଯାଇଛି।  ଜିରୋ ନାଇଟ ସେଲିବ୍ରେସନକୁ ନିଷେଧ କରାଯାଇଛି। ହୋଟେଲ, ରେଷ୍ଟୁରାଣ୍ଟ, କ୍ଲବ, କଲ୍ୟାଣମଣ୍ଡପ ସବୁଠି କଟକଣା  ଜାରିକରାଯାଇଛି। ଏହି କଟକଣା ସମୟ ଅବଧି ଭିତରେ ବଣଭୋଜି ଓ ପିକନିକ୍ ମନା । ସମାବେଶ, ସାଂସ୍କୃତିକ କାର୍ଯ୍ଯକ୍ରମକୁ ନିଷେଧ କରାଯାଇଛି। କଟକଣା ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି କୁହାଯାଇଛି।

Leave A Reply

Your email address will not be published.