ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭିଜିଲାନ୍ସ ଜାଲରେ ବିଡିଓ; ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କଲା ଭିଜିଲାନ୍ସ

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବିଡିଓ । ଗୂଡ଼ଭେଲା ବିଡ଼ିଓ ବିନୋଦ ନାଏକ ୧ଲକ୍ଷ ୮୦ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ । ବ୍ଲକରୁ ୩୦ଲକ୍ଷ ଟଙ୍କାର ମରାମତି କାମ ଦେବାପାଇଁ ରାଜକେଲ ଗାଁର ଗୋପାଳ ବେହେରାଙ୍କ ଠାରୁ ନେଉଥିଲେ ଲାଞ୍ଚ । ଦେଉଳଗୁଡି ଛକରେ ଧରିଲା ଭିଜିଲାନ୍ସ । କାମ ଯୋଗାଇଦେବକୁ ୫ପ୍ରତିଶତ ପିସି ନେଉଥିଲେ ବିଡିଓ ।

ସୂଚନା ଅନୁସାରେ, ଗୁଡ଼ଭେଲା ଠାରେ ଏକ ସରକାରୀ କ୍ୱାର୍ଟର୍ସ ୩୦ ଲକ୍ଷ ଟଙ୍କା ବ୍ୟୟରେ ମରାମତି କରାଯିବାକୁ ଟଙ୍କା ମଞ୍ଜୁର ହୋଇଥିଲା। ଏହି ପ୍ରକଳ୍ପର ଠିକା କାମ ଦେବାକୁ ଠିକାଦାରଙ୍କୁ ବିଡିଓ ୫ ପ୍ରତିଶତ ହିସାବରେ ୧.୮୦ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ। ଠିକା କାମ ପାଇବାକୁ ଠିକାଦାର ପୂର୍ବରୁ ୩୦ ହଜାର ଟଙ୍କା ଦେଇଥିଲେ। ବାକି ଟଙ୍କା ତୁରନ୍ତ ଦେବାକୁ ବିଡ଼ିଓ ଚାପ ପକାଇବା ପରେ ଠିକାଦାର ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ୧ ଲକ୍ଷ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ତାଙ୍କୁ ଭିଜିଲାନ୍ସ ଧରିଥିବା ଜଣାପଡ଼ିଛି l ଗୁଡଭେଲା ବ୍ଲକ କାର୍ଯ୍ୟଳୟ ସହ ବିଭିନ୍ନ ସ୍ଥାନରେ ବର୍ତ୍ତମାନ ଚଢ଼ାଉ ଚାଲିଥିବା ସୂଚନା ମିଳିଛି ।

Leave A Reply

Your email address will not be published.