ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୧୧ ସହରର ୧୪ ଫର୍ନିଚର ଦୋକାନରେ ଜିଏସ୍‌ଟି ଚଢ଼ଉ

କଟକ : ଦୋକାନୀମାନେ ଫାଙ୍କୁଛନ୍ତି ଜିଏସ୍‌ଟି। ଏଭଳି ଅଭିଯୋଗ ପରେ ରାଜ୍ୟ ଜିଏସଟିର ଏନଫୋର୍ସମେଣ୍ଟ ବିଭାଗ ବେଶ ତତ୍ପର ହୋଇପଡିଛି। ଏଥିପାଇଁ ଆଜି ଏକକାଳୀନ ୧୧ଟି ସହରର ୧୪ଟି ଜାଗାରେ ଜିଏସଟି କମିଶନରେଟ ପକ୍ଷରୁ ଚଢଉ କରାଯାଇଛି । ୩୨ଟି ଟିମ ବିଭିନ୍ନ ସ୍ଥାନରେ ଏହି ଚଢଉ ଜାରି ରଖୁଥିବା ବେଳେ ଏଥିରେ ପ୍ରାୟ ୧୩୬ଜଣ ଅଫିସର ସାମିଲ ଥିବା ଜଣାପଡିଛି। ସମ୍ବଲପୁର ଭୁବନେଶ୍ବର, ବ୍ରହ୍ମପୁର, ବରଗଡ, କଣ୍ଟାବାଞ୍ଜି, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର ଆଦି ସହରର ୧୪ଟି ହୋଲସେଲ୍‌ ପ୍ରତିଷ୍ଠାନରେ ଏହି ଚଢଉ କରାଯାଇଛି। ଦୋକାନୀମାନେ ଅଭିନବ ଉପାୟରେ ଜିଏସଟି ଫାଙ୍କିଚାଲିଛନ୍ତି। ବିଶେଷକରି ଜିଏସଟି ପଇଠ ନକରି ଏହି ଦୋକାନୀମାନେ କ୍ରୟ କରୁଥିବା ବେଳେ ଗ୍ରାହକଙ୍କ ନିକଟରୁ କିନ୍ତୁ ଜିଏସଟି ଆଦାୟ କରୁଥିବା ଜଣାପଡିଛି।

ଏପରିକି କେତେକ ବିନା ରସିଦରେ ବିକ୍ରିବଟା ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଫର୍ନିଚର କିଣୁଥିବା ଗ୍ରାହକଙ୍କୁ ହାତଲେଖା ଏଷ୍ଟିମେଟେଡ ସ୍କ୍ରିପ ଧରାଇ ସେଥରେ ଜିଏସଟି ସହିତ ଟଙ୍କା ଅସୁଲ କରାଯାଉଥିଲା। ସେହିପରି ନିର୍ଦ୍ଦିଷ୍ଟ କେତେକ ସୁନା ଗହଣା ଦୋକାନୀ ବିନା ଜିଏସଟି ବିଲରେ କାଠ କ୍ରୟ କରୁଥିବା ସ୍ପଷ୍ଟ ହୋଇଛି। ସେମାନେ ବେଆଇନ ଭାବେ ଗ୍ରାହକଙ୍କଠାରୁ ଜିଏସଟି ଆଦାୟ କରୁଥିଲେ। ଏଭଳି ଅଭିଯୋଗ ହସ୍ତଗତ ହେବା ପରେ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଉପରୋକ୍ତ ସ୍ଥାନରେ ଚଢଉ କରାଯାଇଛି। ବିଶେଷକରି ଅଭିଯୋଗ ଆସିଥିବା କ୍ଷେତ୍ରରେ ପ୍ରତିଷ୍ଠାନଗୁଡିକର ଷ୍ଟକକୁ ଯାଞ୍ଚ କରାଯାଇଛି। ସେହିସବୁ ପ୍ରତିଷ୍ଠାନର ବିକ୍ରି ରେଜିଷ୍ଟରରେ କେତେ ଷ୍ଟକ ଥିବା ଦର୍ଶାଯାଇଛି ଆଉ ବାସ୍ତବରେ କେତେ ଅଧିକ ଷ୍ଟକ ରହିଛି ତାହାକୁ କିଏସଟି ବିଭାଗର ଅଧିକାରୀମାନେ ଯାଞ୍ଚ କରୁଛନ୍ତି।

Leave A Reply

Your email address will not be published.