ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରତିଯୋଗିତାମୂଳକ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର, କମିବ ପ୍ରବେଶିକା ପରୀକ୍ଷା ଫି’

ନୂଆଦିଲ୍ଲୀ : ପ୍ରତିଯୋଗିତା ମୂଳକ ପରୀକ୍ଷା ନିମନ୍ତେ ଏଣ୍ଟ୍ରାନ୍ସ ଟେଷ୍ଟ ବା ପ୍ରବେଶିକା ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଖବର। ଏଣିକି ଏଣ୍ଟ୍ରାନ୍ସ ଟେଷ୍ଟ ଦେଉଥିଲେ ଛାତ୍ରଛାତ୍ରୀଙ୍କୁ ଆଉ ଫି’ ଦେବାକୁ ପଡିବନାହିଁ। କାରଣ ଏ କ୍ଷେତ୍ରରେ ଲାଗୁଥିବା ଫି’କୁ ଏବେ ଶୂନ୍‌ କରିଦିଆଯାଇଛି। ନିକଟରେ ଅନୁଷ୍ଠିତ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିଷଦର ୪୯ ତମ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି। ପରିଷଦର ଏହି ନିଷ୍ପତ୍ତି ଦେଶର ଛାତ୍ରଛାତ୍ରୀମାନଙ୍କୁ ବଡ଼ ଆଶ୍ବସ୍ତି ପ୍ରଦାନ କରିଛି। ଏହାଫଳରେ ଜେଇଇ ଏବଂ ନିଟ୍‌ ଭଳି ପ୍ରବେଶିକା ପରୀକ୍ଷା କ୍ଷେତ୍ରରେ ପାଇଁ ଫି’ କମିପାରେ।

ଜିଏସ୍‌ଟି ପରିଷଦ ବୈଠକର ନିଷ୍ପତ୍ତି ଅନୁଯାୟୀ ଛାତ୍ରଛାତ୍ରୀମାନେ ସେମାନଙ୍କର ପ୍ରବେଶିକା ପରୀକ୍ଷା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଭଳି ସରକାରୀ ସଂସ୍ଥା ଦ୍ୱାରା ଆଦାୟ କରାଯାଉଥିବା ଫି’ ଉପରେ ଆଉ କୌଣସି ଜିଏସ୍‌ଟି ଦେବେନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ଏଣ୍ଟ୍ରାନ୍ସ ଟେଷ୍ଟ ଫି’ ଉପରେ ୧୮% ଜିଏସ୍‌ଟି ଦେବାକୁ ପଡୁଛି। ଶନିବାର ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ, ପେନସିଲ ଶାର୍ପନର ଉପରେ ଜିଏସ୍‌ଟି ହାର ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ ହ୍ରାସ କରାଯାଇଛି। ଫଳରେ ସାଧାରଣ ଲୋକଙ୍କ ପାଇଁ ପେନସିଲ ଶାର୍ପନର କିଣିବା ଶସ୍ତା ହେବ।

ଏହା ବ୍ୟତୀତ, ତରଳ ଗୁଡ଼ ଉପରେ ଜିଏସ୍‌ଟି ହାର ମଧ୍ୟ ଶୂନକୁ ହ୍ରାସ କରାଯାଇଛି, ଯାହା ପୂର୍ବରୁ ୧୮ ପ୍ରତିଶତ ରହିଥିଲା। ଅପରପକ୍ଷେ ପରିଷଦ ପାନ ମସଲା ଏବଂ ଗୁଟଖା ଉପରେ ମନ୍ତ୍ରୀଗୋଷ୍ଠୀର ସୁପାରିଶକୁ ଗ୍ରହଣ କରିଛି। ବର୍ତ୍ତମାନ ପର୍ଯ୍ୟନ୍ତ ପାନ ମସଲା, ଗୁଟଖା ଉପରେ ସେମାନଙ୍କର ବିକ୍ରୟ ମୂଲ୍ୟରେ କ୍ଷତିପୂରଣ ସେସ୍ ଆଦାୟ କରାଯାଇଥିଲା, ଯେଉଁ କାରଣରୁ ରାଜସ୍ୱରେ କ୍ଷତି ହୋଇଥିଲା। ଏହାକୁ ବନ୍ଦ କରିବା ପାଇଁ, ବର୍ତ୍ତମାନ ସେମାନଙ୍କ ଉତ୍ପାଦନ ଉପରେ ଟ୍ୟାକ୍ସ ନିଆଯିବ। ତେବେ ଅନ୍‌ଲାଇନ୍‌ ଗେମିଂ ଉପରେ ମନ୍ତ୍ରୀ ଗୋଷ୍ଠୀ ରିପୋର୍ଟକୁ ନେଇ ବୈଠକରେ ନିଆଯାଇପାରିନାହିଁ। ବାର୍ଷିକ ରିଟର୍ଣ୍ଣ ଦାଖଲ କରିବାରେ ବିଳମ୍ବ ପାଇଁ ବ୍ୟବସାୟୀଙ୍କୁ କେତେକାଂଶରେ ଆରାମ ପ୍ରଦାନ କରାଯାଇଛି।

ଯେଉଁ ବ୍ୟବସାୟୀମାନଙ୍କର ବାର୍ଷିକ କାରବାର ୫ କୋଟି ଟଙ୍କା ପର୍ଯ୍ୟନ୍ତ, ଯଦି ସେମାନେ ବାର୍ଷିକ ରିଟର୍ଣ୍ଣ ବିଳମ୍ବରେ ଦାଖଲ କରନ୍ତି, ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରତିଦିନ ୨୦୦ ଟଙ୍କା ହାରରେ ସେମାନଙ୍କଠାରୁ ବିଳମ୍ବିତ ଶୁଳ୍କ ଆଦାୟ କରାଯାଉଥିଲା। ଏହାକୁ ବର୍ତ୍ତମାନ ଦିନକୁ ୫୦ ଟଙ୍କାକୁ ହ୍ରାସ କରାଯାଇଛି। ଯାହାର କାରବାର ୫ରୁ ୨୦ କୋଟି ଟଙ୍କା ମଧ୍ୟରେ ରହିଛି, ସେମାନଙ୍କୁ ପ୍ରତିଦିନ ୧୦୦ ଟଙ୍କା ବିଳମ୍ବିତ ଶୁଳ୍କ ଦେବାକୁ ପଡିବ। ଯେଉଁମାନଙ୍କର କାରବାର ୨୦ କୋଟିରୁ ଅଧିକ, ସେମାନଙ୍କୁ ଏଥିରେ କୌଣସି ଆରାମ ପ୍ରଦାନ କରାଯାଇନାହିଁ। ସେମାନଙ୍କୁ କେବଳ ଦିନକୁ ୨୦୦ ଟଙ୍କା ବିଳମ୍ବିତ ଶୁଳ୍କ ଦେବାକୁ ପଡିବ।

Leave A Reply

Your email address will not be published.