ଜୁଏଲେରୀ ଦୋକାନୀକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା, ଦେଇପାରିଲେନି ସୁନା ଓ ରୁପାର ହିସାବ

ଜୟପୁର: ଜୟପୁର ସହରର ମୟୂରୀ ଜୁଏଲର୍ସକୁ ୨୨ ଲକ୍ଷ ୪୨ ହଜାର ୩୬୦ ଟଙ୍କା ଜରିମାନା ହୋଇଛି। ସୁନା ଓ ରୁପା କିଣାବିକାରେ ହେରଫେର୍ ହୋଇଥିବା ଅଭିଯୋଗରେ ଏହି ଜରିମାନା କରିଛି । ଜିଏସ୍ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍।ସୁନା ଓ ରୁପା କିଣାବିକାରେ ହୋଇଥିବା ହେରଫେର୍ ଅଭିଯୋଗରେ ଗତ ୪ ତାରିଖରେ ରାଜ୍ୟରେ ୧୨ଟି ସହରରେ ଚଢ଼ଉ କରିଥିଲା ଜିଏସ୍ଟି ଏନଫୋର୍ସମେଣ୍ଟ ସ୍କ୍ୱାଡ୍। ଏଥିରେ ଜୟପୁରର ମୟୂରୀ ଜୁଏଲର୍ସ ରହିଥିଲା। ଜିଏସ୍ ବିଭାଗ ଜୁଏଲର୍ସରେ ଚଢ଼ଉ ବେଳେ ୬୯୦ ଗ୍ରାମ ସୁନା ଓ ୧୧୩୨୯ ଗ୍ରାମ ରୁପା ଜବତ କରିଥିଲା। ଯାହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ୩୯ ହଜାର ଟଙ୍କା ହେବ। ଏହି ସୁନା ଓ ରୁପାର ହିସାବ ଗହଣା ଦୋକାନୀ ଦେଇପାରିନଥିଲେ। ତେଣୁ ଏଥିରେ ହେର୍ଫେର୍ ହୋଇଥିବା ଜିଏସ୍ଟି ସନ୍ଦେହ କରିଥିଲା। ସେଥିପାଇଁ ଏହି ଫାଇନ୍ ହୋଇଛି।