ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’କୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା, ଆଶଙ୍କାରେ ୩୦ କୋଟି ଲୋକଙ୍କ ଚାକିରି

ନୂଆଦିଲ୍ଲୀ: ଆଗକୁ ଆସୁଛି ‘ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ’ ବା ‘କୃତ୍ରିମ ବୁଦ୍ଧିମତା’ ର ଯୁଗ । ଏବେ ସାରା ବିଶ୍ୱରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ କୁ ନେଇ ବଢୁଛି ଚର୍ଚ୍ଚା । ବର୍ତ୍ତମାନ ଏହାର ଉନ୍ନତିକରଣ ଚାଲିଥିବାବେଳେ ଭବିଷ୍ୟତରେ ଏହାର ବ୍ୟବହାରକୁ ନେଇ ସୃଷ୍ଟି ହୋଇଛି ଆଶଙ୍କା । ଏହାର ପରୀକ୍ଷା ନୀରିକ୍ଷା ବନ୍ଦ କରାନଗଲେ ଭବିଷ୍ୟତରେ ଏହା ମାନବ ସମାଜ ପ୍ରତି ଆଣିପାରେ ବଡ ବିପଦ । ଯଦି ବାସ୍ତବରେ ଆର୍ଟିଫିସିଆଲ ଇଣ୍ଟେଲିଜେନସ କାର୍ଯ୍ୟକାରୀ ହୁଏ ତେବେ ୩୦ କୋଟି ଚାକିରି ବିପନ୍ନ ହେବା ଆଶଙ୍କା ସୃଷ୍ଟି ହୋଇଛି ।

ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ପ୍ରଶିକ୍ଷଣକୁ ବନ୍ଦ କରିବା ଲାଗି ଦାବି କରିଛନ୍ତି ଟୁଇଟର ମୁଖ୍ୟ ଏଲନ ମସ୍କ ଓ ଆପଲ୍ ସହପ୍ରତିଷ୍ଠାତା ଷ୍ଟିଭ ଓ୍ବଜନାକଙ୍କ ସମେତ ଶିକ୍ଷା ଓ ପ୍ରଯୁକ୍ତି ଜଗତର ଅନେକ ବିଶେଷଜ୍ଞ । ଆର୍ଟିଫିସିଆଲ ଇଣ୍ଟେଲିଜେନସ କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ସେମାନେ ଏକ ଖୋଲା ପତ୍ରରେ ଦର୍ଶାଇଛନ୍ତି ।

ଆର୍ଟିଫିସିଅ ଇଣ୍ଟେଲିଜେନ୍ସକୁ ନେଇ ଆଜି ଯେଉଁ ଝଡ ସୃଷ୍ଟି ହୋଇଛି ଏହା ପଛରେ ରହିଛି ‘ଚାଟ୍ ଜିପିଟି’ । ମଣିଷର ମସ୍ତିଷ୍କ ପରି କାମ କରୁଛି ‘ଏଆଇ’ ର ଚାଟ୍ ଜିପିଟି । ଯେ କୌଣସି ପ୍ରଶ୍ନର ଉତ୍ତର ମଣିଷ ପରି ତତକ୍ଷଣାତ ଦେଇପାରୁଥିବା ଟେକ୍ନୋଲୋଜିର ନାମ ଆର୍ଟିଫିସିଅ ଇଣ୍ଟେଲିଜେନ୍ସ । ଏବେ ଏହା କେବଳ ଡେଭଲପିଂ ଷ୍ଟେଜରେ ଅଛି । ଏହାକୁ ନେଇ ଆହୁରି ଅନୁଧ୍ୟାନ ଜାରି ରହିଛି । ମାତ୍ର ଯେବେ ଏହା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ, କେତେ ଭୟଙ୍କର ହେବ ତାହା ଚିନ୍ତା ବାହାରେ ।

Leave A Reply

Your email address will not be published.