ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବେଧଡକ ହେଉଛି ଗୋଚାଲାଣ: ୧୬ ଗୋରୁଙ୍କୁ ଉଦ୍ଧାର କଲା ଗ୍ରାମାଞ୍ଚଳ ପୁଲିସ

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଚୋରା ଗୋଚାଲାଣ ରାକେଟ ସକ୍ରିୟ ହୋଇଛି। ଦିନକୁ ଦିନ ଏହି ଅଞ୍ଚଳରେ ଗୋଚାଲାଣ ବୃଦ୍ଧି ପାଉଛି। ଗୋଚାଲାଣ ବୃଦ୍ଧିକୁ ନେଇ ପଶୁ ପ୍ରେମୀମାନେ ଚିନ୍ତିତ ପ୍ରକଟ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୁଲିସ ପାଟ୍ରୋଲିଂ କରୁଥିବାବେଳେ ପାଖରେ କୁସୁମି ବ୍ଲକର କେନ୍ଦରେଇ ଗ୍ରାମରେ ଦୁଇଟି ପିକଅପ୍ ଭ୍ୟାନରେ ୧୬ଟି ଗୋରୁ ଭର୍ତ୍ତି ଦେଖିବାକୁ ପାଇ ଜବତ କରିଥିଲେ। ଗୋରୁ ମାଫିଆ ଓ ଡ୍ରାଇଭର ପୁଲିସକୁ ଦେଖି ଗାଡି ଛାଡି ଦୃତ ଗତିରେ ଖସି ପଳାଇଥିଲେ। ପୁଲିସ ଗୋରୁ ବୋଝେଇ ପିକ ଅପକୁ ଜବତ କରି ଗ୍ରାମାଞ୍ଚଳ ଥାନାକୁ ଆଣିଥିଲା। ଗୋମାଫିଆଙ୍କୁ ତୁରନ୍ତ ଗିରଫ କରାଯିବା ସହ କଠୋର‌ପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।

Leave A Reply

Your email address will not be published.