ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝରରେ ଅଭାବନୀୟ ଘଟଣା, ଘର ଅଗଣାରେ ଖେଳୁଥିବା ବେଳେ ଜେଜେମା ଓ ନାତି ଉପରେ ମାଡିଗଲା ଟ୍ରକ, ଦୁହେଁ ମୃତ

କେନ୍ଦୁଝର – କେନ୍ଦୁଝର ରେ ବୁଧବାର ରାତ୍ରିରେ ଏକ ଅଭାବନିୟ ଘଟଣା ଘଟିଯାଇଛି। ରାସ୍ତାକଡ଼ ଘର ଅଗଣାରେ ବସିଥିବାବେଳେ ଟ୍ରକ ମାଡିଯିବାରୁ ଜେଜେମା ଓ ବର୍ଷକର ନାତି ମୃତ୍ୟୁ ବରଣ କରିଥିବା ଖବର ମିଳିଛି। ସୁଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ 8 ଟାରେ କେନ୍ଦୁଝର ସଦର ଥାନା ଅନ୍ତର୍ଗତ ବାଙ୍କମାରୁଣି ନିକଟ ରାସ୍ତା କଡରେ ଘର ଥିବା ଜେଜେମା ସୁମିତ୍ରା ମହାନ୍ତ (60) ଏବଂ ତାଙ୍କ ବର୍ଷକର ନାତି ଶୁଭ୍ରାଂଶୁ ଘର ଅଗଣାରେ ବସି ଥିଲେ । ଏତିକିବେଳେ ଜାତୀୟ ରାଜପଥ-20 ର କେନ୍ଦୁଝର ଆଡୁ ଯୋଡ଼ା ଆଡ଼କୁ ଲୁହାପଥର ଲୋଡ଼ କରିବାକୁ ଯାଉଥିବା ଏକ ବାରଚକିଆ ଟ୍ରକ ଭାରସାମ୍ୟ ହରାଇ ଘର ଆଡ଼କୁ ଯାଇ ଅଗଣାରେ ଥିବା ଜେଜେମା ଓ ନାତି ଉପରେ ମାଡି ଯାଇଥିଲା। ପଳରେ ସେମାନେ ଉଭୟ ଗୁରୁତ୍ବର ଆହତ ହୋଇଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ହେଲେ ସେଠାରେ ଦୁହିଁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ସଦର ପୋଲିସ ଦୁର୍ଘଟଣା ଗସ୍ତ ଟ୍ରକ ଜବତ କରିଥିବା ବେଳେ ଡ୍ରାଇଭରକୁ ଅଟକ ରଖିଛି। ଦୁର୍ଘଟଣା କୁ ନେଇ ସେଠାରେ ଚାପା ଉତେଜନା ଦେଖାଦେଇଥିବାବେଳେ ଘଟଣାଟି ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।

Leave A Reply

Your email address will not be published.