ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀର୍ଘ ୭ବର୍ଷ ହେଲା କ୍ୱାଟରରେ ପଡିନି କୌଣସି ସରକାରୀ କର୍ମଚାରୀଙ୍କ ପାଦ, ମରାମତି ଓ ରକ୍ଷଣା ବେକ୍ଷଣ ନାମରେ ପ୍ରତିବର୍ଷ ଖର୍ଚ୍ଚ ହେଉଛି ଟଙ୍କା

ଜଗତସିଂହପୁର : ସରକାରୀ କର୍ମଚାରୀ ଓ ଅଧିକାରୀମାନେ ନିଜ ନିଜର ନିଯୁକ୍ତି କ୍ଷେତ୍ର ବା କାର୍ଯ୍ୟାଳୟ ନିକଟରେ ରହିବାକୁ ସରକାରୀ ତହବିଲରୁ ଏ ବାବଦରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ସେମାନଙ୍କ ଲାଗିି ସରକାରୀ କ୍ୱାଟର ନିର୍ମାଣ କରାଯାଇଛି। ଏହା ଦ୍ୱାରା ଏହି ଅଧିକାରୀମାନେ ରହିବାରେ କୈାଣସି ସମସ୍ୟାର ସମ୍ମୁଖୀନ ନହେବା ସହିତ ଜନସାଧାରଣଙ୍କ କାର୍ଯ୍ୟ ବା ଉକ୍ତ ଦପ୍ତରରୁ ମିଳୁଥିବା ସେବା ତ୍ୱରାନ୍ୱିତ ହେବା ପାଇଁ ଲକ୍ଷ ରଖାଯାଇଛି। ତେବେ ଜଗତସିଂହପୁରରେ ଘର ନମିଳିବା ଆଳରେ ବିଭିନ୍ନ ବିଭାଗୀୟ ଯନ୍ତ୍ରୀ , କର୍ମଚାରୀ ଓ ଅଧିିକାରୀ କଟକ କିମ୍ବା ଭୁବନେଶ୍ୱରରେ ରହି ଜଗତସିଂହପୁରକୁ ଯିବା ଆସିବା କରୁଥିବା ସମୟରେ ଦୀର୍ଘ ୭ ବର୍ଷ ତଳେ ଏଠାରେ ନିର୍ମାଣ କରାଯାଇଥିବା ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ (ଆର ଡି)କାର୍ଯ୍ୟାଳୟର ୧୫ରୁ ଅଧିକ ସରକାରୀ କ୍ୱାଟର ବର୍ଷ ବର୍ଷ ଧରି ଖାଲି ପଡିବା ସହିତ ଏବେ ଭୂତ କୋଠିରେ ପରିଣତ ହୋଇଛି। ଏପରିକି ୭ବର୍ଷ ହେଲା  ଏହି ଘର ଗୁଡିକି ଖାଲି ପଡିଥିବା ସମୟରେ ଏହାର ରକ୍ଷଣାବେକ୍ଷଣ ଓ ମରାମତି ନାମରେ ହଜାର ହାଜର ଟଙ୍କା ଚଳୁ କରାଯାଇଥିବା ନେଇ ଅଭିଯୋଗ ହେଉଛି।

୨୦୧୬-୧୭ ଆର୍ଥିକ ବର୍ଷରେ ଜଗତସଂହପୁରର ପୁନଙ୍ଗ ଗ୍ରାମର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ଜିଲ୍ଲା ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ (ଆର ଡ଼ି) ପକ୍ଷରୁ ୧୫ରୁ ଅଧିକ ସରକାରୀ କ୍ୱାଟରର ନିର୍ମାଣ କରାଯାଇଥିଲା। ଏହି କ୍ୱାଟର ଗୁଡିକ ନିର୍ମାଣରେ ପ୍ରାୟ ୧.୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ତେବେ ଏହି ଘର ଗୁଡିକର ନିର୍ମାଣ ସଂପୂର୍ଣ୍ଣ ହୋଇଥିଲେ ମଧ୍ୟ ଅଶ୍ଚର୍ଯ୍ୟ ଜଣକ ଭାବରେ କୈାଣସି ଜଣେ ସରକାରୀ କର୍ମଚାରୀଙ୍କ ପାଦ ଏଠାରେ ପଡିନଥିବା ସୂଚନା ମିଳିଛି। ଏହି କ୍ୱାଟର ଗୁଡିକରେ କେହି କର୍ମଚାରୀ ରହୁନଥିବାରୁ ଏହା ବାହାରର ପରିବେଶ ବଣୁଆ ଲଟା ବୁଦାରେ ପରିପୂର୍ଣ୍ଣ ହେବା ସହିତ ସ୍ୱାପଦ ସଂକୁଳ ହୋଇ ଉଠିଛି। ଏପରିକି କେତେକ କ୍ୱାଟରର ବାହାରେ ଉଇହୁଙ୍କା ହେବା ସହିତ ଘର ଭିତରକୁ ମଧ୍ୟ ଉଇ ଚରି ଯାଇଥିିବା ଦେଖିବାକୁ ମିଳିଛି। ତେବେ କ୍ୱାଟରରେ ତାଲା ବନ୍ଦ ଥିବାରୁ କ୍ୱାଟର ଭିତର କବାଟ ଝରକା କିପରି ରହିଛି ଏହା ଜାଣିବା ସମ୍ଭବ ହୋଇନାହିଁ।

ଅନ୍ୟପକ୍ଷରେ ଏହି ସରକାରୀ କ୍ୱାଟରରେ କେହି ରହୁନଥିବା ସମୟରେ ବିଭାଗ ପକ୍ଷରୁ ଏହାର ଚାରି ପାଖରେ ପ୍ରାଚୀରର ନିର୍ମାଣ କରାଯିବାକୁ ନେଇ ୁ ସାଧାରଣରେ ବିସ୍ମୟ ପ୍ରକାଶ ପାଇଛି। ଉକ୍ତ କୋଠାଘର ଗୁଡିକରେ କେହି ରହୁ ନଥିଲେ ମଧ୍ୟ ଘରଗୁଡିକ ବର୍ଷେ ଦୁଇବର୍ଷ ଅନ୍ତରରେ ମରାମତି କରାଯାଇ ଲକ୍ଷାଧିକ ଟଙ୍କା ଆତ୍ମସାତ ହେଉଥିବା ଅଭିଯୋଗ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ଗ୍ରାମ୍ୟ ନିର୍ମାଣ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ , ସହକାରୀ ଯନ୍ତ୍ରୀ ଓ କନିଷ୍ଠ ଯନ୍ତ୍ରୀମାନେ ସଦର ମହକୁମାରେ ରହୁନଥିବା ଜଣାପଡିଛି। ଏଥିପାଇଁ ଜିଲ୍ଲା ପ୍ରଶାସନର ସେମାନଙ୍କ ଉପରେ କୈାଣସି ଅଙ୍କୁଶ ନଥିବାରୁ ଏହି କର୍ମଚରୀମାନେ ମନମାନୀ ଚଲାଇଥିବା ନେଇ ଅଭିଯୋଗ ହେଉଛି। କର୍ମଚାରୀଙ୍କ ସୁବିଧା ପାଇଁ କ୍ୱାଟର ଉପଲବ୍ଧ ଥାଇ ମଧ୍ୟ ଆର୍ଡ଼ି ବିଭାଗର ବହୁ କର୍ମଚାରୀ ଓ ଯନ୍ତ୍ରୀ କଟକ ଓ ଭୁବନେଶ୍ୱରରେ ରହି ଫିଲ୍ଡ ଭିଜିଟ ଆଳରେ ନିୟମିତ କାର୍ଯ୍ୟାଳୟକୁ ଅସୁନଥିିବା ଅଭିଯୋଗ ହେଉଛି। ତେବେ ଆସୁଥିବା ଦିନ ମାନଙ୍କରେ ବହୁ ବିଳମ୍ବରେ ପହଁଚୁୁଥିବାରୁ ସରକାରୀ କାର୍ଯ୍ୟରେ ଅବହେଳା ଘଟୁଛି। ଏଥିପାଇଁ ସେମାନଙ୍କୁ ଘଂଟା ଘଂଟା ଅପେକ୍ଷା କରିଥିବା ଜନସାଧାରଣଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହେଉଛି। ତେଣୁ ତୁରନ୍ତ ଗ୍ରାମ୍ୟ ନିର୍ମାଣ ବିଭାଜନ ଦ୍ୱାରା ନିର୍ମୀତ ଓ ଅବ୍ୟବହୃତ ଉକ୍ତ କ୍ୱାଟରକୁ ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ମଧ୍ୟରେ ବଂଟନ କରି ବ୍ୟବହାର ଉପଯୋଗ କରିବାକୁ ସାଧାରଣରେ ଦାବି ହେଉଛି।

Leave A Reply

Your email address will not be published.