ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ପୁଣି ବ୍ଯାନ୍ ହେଲା ୧୬ ୟୁଟ୍ଯୁବ୍ ଚ୍ୟାନେଲ୍

ନୂଆଦିଲ୍ଲୀ: ପୁଣିଥରେ ଭାରତର ଜାତୀୟ ନିରାପତ୍ତାକୁ ଦୃଷ୍ଟିରେ ରଖି ୧୬ ୟୁଟ୍ୟୁବ୍ ଚ୍ୟାନେଲକୁ ବ୍ଯାନ୍ ଘୋଷଣା କରିଛି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ । ଏଥିରେ ୧୦ ଭାରତୀୟ ଚ୍ୟାନେଲ୍ ହୋଇଥିବା ବେଳେ ୬ ପାକିସ୍ତାନ ଆଧାରିତ ୟୁଟ୍ୟୁବ୍ ଚ୍ୟାନେଲ୍ ସାମିଲ ରହିଛି। ଆଇଟି ନିୟମ, ୨୦୨୧ ଆଧାରରେ ଜରୁରୀକାଳୀନ ଶକ୍ତିର ପ୍ରୟୋଗ କରି ଏହାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ବ୍ଲକ୍ କରାଯାଇଛି।

ବ୍ଲକ ହୋଇଥିବା ୧୦ ଭାରତୀୟ ଚ୍ୟାନେଲ୍ ହେଉଛି- ସଇନି ଏଜ୍ଯୁକେସନ ରିସର୍ଚ ( Saini Education Research) , ହିନ୍ଦୀ ମୋ ଦେଖା (  Hindi Mein Dekho), ( ଟେକନିକାଲ ୱୋଗେନ୍ଦ୍ର ) Technical Yogendra , ( ଆଜ ତେ ନ୍ଯୁଜ )Aaj te news, ଏସବିବି ନ୍ଯୁଜ( SBB News), ଡିଫେନ୍ସ ନ୍ଯୁଜ ୨୪ x 7 (  Defence News24x7) , ଦି ଷ୍ଟଡି ଟାଇମ (The study time), ଲ୍ଯାଟେଷ୍ଟ ଉପଡେଟ୍ ( Latest Update) , ଏମଆରଏଫ ଟିଭି ଲାଇଭ୍ ( MRF TV LIVE), ତାହାଫୁଜ୍-ଇ-ଦିନ-ଇଣ୍ଡିଆ (  Tahaffuz-E-Deen India)

ସେହିପରି ବ୍ଲକ ହୋଇଥିବା  ୬ ପାକିସ୍ତାନ ଆଧାରିତ ୟୁଟ୍ୟୁବ୍ ଚ୍ୟାନେଲ୍ ହେଉଛି-  ଆଜତକ ପାକିସ୍ତାନ (AjTak Pakistan), ଡ଼ିସ୍କୋଭର ପଏଣ୍ଟ ( Discover Point), ରଅଲିଟି ଚେକ୍ ( Reality Checks), କଇସେର ଖାନ ( Kaiser Khan), ଦି ଭଏସ ଅଫ ଏସିଆ ( The Voice of Asia), ବୋଲ ମିଡିଆ ବୋଲ୍  (Bol Media Bol)  ।

ଖବର ଅନୁଯାୟୀ, ଏହା ପୂର୍ବରୁ ଗତ ୫ ଏପ୍ରିଲରେ ୨୨ ୟୁଟ୍ୟୁବ୍ ଚ୍ୟାନେଲ୍, ୩ ଟ୍ବିଟର ଆକାଉଣ୍ଟ, ଗୋଟିଏ ଫେସବୁକ ଆକାଉଣ୍ଟ ଏବଂ ଗୋଟିଏ ନ୍ୟୁଜ୍ ଓ୍ଵେବସାଇଟ୍‌କୁ ବ୍ଲକ କରାଯାଇଥିଲା।

ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ଏହି ସବୁ ୟୁଟ୍ୟୁବ୍ ଚ୍ୟାନେଲ ଭାରତରେ ଅଶାନ୍ତି ସୃଷ୍ଟି କରିବା, ସାର୍ବଜନୀନ ବ୍ୟବସ୍ଥା ବିଗାଡିବା ପାଇଁ ମିଥ୍ୟା ଖବର ପ୍ରଚାର କରୁଥିଲେ। ଏଥିରେ ଭିନ୍ନ ଭିନ୍ନ ସମୁଦାୟ ମଧ୍ୟରେ ମତଭେଦ ଏବଂ ଘୃଣାଭାବ ସୃଷ୍ଟି ହେବାର ବିପଦ ଥିଲା।

Leave A Reply

Your email address will not be published.