ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଗତ ୬ବର୍ଷରେ ପ୍ରଥମ ଥର: ଚିନି ରପ୍ତାନି ଉପରେ ଲାଗିପାରେ ପ୍ରତିବନ୍ଧକ

ନୂଆଦିଲ୍ଲ: କେନ୍ଦ୍ର ସରକାରଙ୍କୁ ଘାରିଛି ମହଙ୍ଗା ମାଡ଼ର ଚିନ୍ତା। ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି ମୁଦ୍ରାସ୍ଫୀତି। ଘରୋଇ ବଜାରରେ ଯେପରି ମୂଲ୍ୟ ବୃଦ୍ଧି ନ ଘଟିବ ସେଥିପାଇଁ ଚିନି ରପ୍ତାନି ଉପରେ ସରକାର ପ୍ରତିବନ୍ଧକ ଲାଗୁ କରିବାକୁ ଯୋଜନା କରୁଛନ୍ତି। ଏହାଫଳରେ ବିଗତ ୬ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଚିନି ରପ୍ତାନି ଉପରେ ସରକାର ପ୍ରତିବନ୍ଧକ ଲଗାଇବାକୁ ଯାଉଥିବା ଜଣାଯାଇଛି। ଏହାଫଳରେ ଚଳିତ ସିଜନରେ ଦେଶରେ ଚିନି ରପ୍ତାନି ୧୦ ନିୟୁତ ଟନ୍ ଯାଏ ଯାଇପାରେ। ବ୍ରାଜିଲ ପଛକୁ ଭାରତ ବିଶ୍ବର ଦ୍ୱିତୀୟ ବୃହତ ଚିନି ଉତ୍ପାଦନକାରୀ ଏବଂ ରପ୍ତାନିକାରୀ ରାଷ୍ଟ୍ର। ବାଲାଂଦେଶ, ମାଲେସିଆ, ଇଣ୍ଡୋନେସିଆ ଏବଂ ଦୁବାଇ ଭାରତର ସବୁଠାରୁ ବଡ଼ ଗ୍ରାହକ।

ସ୍ଥାନୀୟ ବଜାର ମୂଲ୍ୟରେ ନିୟନ୍ତ୍ରଣ ଲାଗୁ କରିବା ଏବଂ ଘରୋଇ ବଜାରରେ ସ୍ଥିର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଭାରତ ଚିନି ରପ୍ତାନି ଉପରେ ରୋକ୍‌ ​​ଲଗାଇବାକୁ ଯୋଜନା କରୁଥÒବା ଚଳିତବର୍ଷ ମାର୍ଚ୍ଚରେ ରଏଟର୍ସ ଏକ ରିପୋର୍ଟ ପ୍ରକାଶ କରିଥିଲା। ଅଧିକ ଆଖୁ ଭିତ୍ତିକ ଇଥାନଲ ଉତ୍ପାଦନ କରିବା ଦ୍ବାରା ବିଶ୍ବରେ ଚିନି ମୂଲ୍ୟ ବୃଦ୍ଧି ଘଟିଛି। ପ୍ରାରମ୍ଭରେ, ଭାରତ ୮ ନିୟୁତ ଟନ୍‌ର ଚିନି ରପ୍ତାନି କରିବାକୁ ଯୋଜନା କରିଥିଲା, କିନ୍ତୁ ଉତ୍ପାଦନ ଆକଳନକୁ ପୁନ ସଂଶୋଧିତ କରାଯାଉଥିବାରୁ ସରକାର ମିଲ୍‌ଗୁଡିକୁ ବିଶ୍ବ ବଜାରରେ ଅଧିକ ଚିନି ବିକ୍ରୟ କରିବାକୁ ଅନୁମତି ଦେବାକୁ ନିଷ୍ପତ୍ତି ନେଇଥିଲେ। ଇଣ୍ଡିଆନ୍ ସୁଗାର୍ ​​ମିଲ୍ସ ଆସୋସିଏସନ୍ ଏହାର ଉତ୍ପାଦନ ପୂର୍ବାନୁମାନକୁ ପୂର୍ବରୁ କରିଥିବା ଆକଳନ ୩୧ ନିୟୁତ ଟନ୍‌ରୁ ୩୫ ନିୟୁତ ଟନ୍‌କୁ ସଂଶୋଧÒତ କରିଛି। ସରକାରୀ ସବସିଡି ବିନା ଚଳିତ ୨୦୨୧/୨୨ ମାର୍କେଟିଂ ବର୍ଷରେ ଭାରତୀୟ ମିଲଗୁଡିକ ୮.୫ ନିୟୁତ ଟନ୍ ଚିନି ରପ୍ତାନି କରିବାକୁ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଏହି ୮.୫ ନିୟୁତ ଟନ୍ ମଧ୍ୟରୁ ମିଲଗୁଡିକ ପ୍ରାୟ ୭.୧ ମିଲିୟନ୍ ଟନ୍ ଚିନି ପଠାଇ ସାରିଛନ୍ତି। ଦେଶର ବଳରାମପୁର ଚିନି, ଡାଲମିଆ ଭାରତ ଚିନି, ଧାମପୁର ଚିନି ମିଲ୍ସ, ଦ୍ୱାରିକେଶ ଚିନି ଇଣ୍ଡଷ୍ଟ୍ରିଜ୍ ଏବଂ ଶ୍ରୀ ରେଣୁକା ସୁଗାର ଭଳି କମ୍ପାନୀଗଡିକର ଉତ୍ପାଦନ ଚଳିତବର୍ଷ ୮% ଯାଏ ହ୍ରାସ ଘଟିବ।

Leave A Reply

Your email address will not be published.