ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଣି ଥରେ ବୃଦ୍ଧି ହେଲା ଆଧାର-ପାନ୍‌କାର୍ଡ ଲିଙ୍କ୍‌ର ସମୟସୀମା

ନୂଆଦିଲ୍ଲୀ : ପୁଣି ଥରେ ବୃଦ୍ଧି ହେଲା ଆଧାରକାର୍ଡ ଓ ପାନ୍‌କାର୍ଡ ଲିଙ୍କ୍‌ର ସମୟସୀମା। କରୋନାକୁ ଦୃଷ୍ଟିରେ ରଖି ପାନ ନମ୍ବରକୁ ଆଧାର ସହ ସଂଯୋଗ‌ କରିବାର ଅନ୍ତିମ ତାରିଖକୁ ଜୁନ୍‌ ୩୦ ଯାଏଁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। ଏନେଇ ଆୟକର ବିଭାଗ ଟ୍ଵିଟ୍ କରି ସୂଚନା ଦେଇଛି।


ଆୟକର ବିଭାଗର ସୂଚନା ଅନୁସାରେ କେନ୍ଦ୍ର ସରକାର କୋଭିଡ୍-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଧାର ନମ୍ବରକୁ ପାନ୍ ସହ ସଂଯୋଗ କରିବାର ଅନ୍ତିମ ତାରିଖ ୨୦୨୧ ମାର୍ଚ୍ଚ ୩୧କୁ ବଢାଇ ୨୦୨୧ ଜୁନ ୩୦ ପର୍ଯ୍ୟନ୍ତ କରିଛନ୍ତି। ଆୟକର ବିଭାଗର ଏହି ନିର୍ଦ୍ଦେଶନାମା ପରେ ସବୁ ପ୍ୟାନ କାର୍ଡଧାରୀଙ୍କ ପାଇଁ ଆଧାର ସହ ପ୍ୟାନ କାର୍ଡ ଲିଙ୍କ କରିବା ଜରୁରୀ ହୋଇପଡିଛି। ଅନଲାଇନ ବା ଏସଏମଏସ ମାଧ୍ୟମରେ ଜଣେ ଚାହିଁଲେ ଆଧାର-ପ୍ୟାନ୍ ଲିଙ୍କ କରିପାରିବେ।

ସୂଚନାଯୋଗ୍ୟ ପୂର୍ବରୁ ସରକାର ୨୦୨୧ ମାର୍ଚ୍ଚ ୩୧  ଆଧାରକାର୍ଡ ଓ ପାନ୍‌କାର୍ଡ ଲିଙ୍କ୍‌ର ଶେଷ ତାରିଖ ବୋଲି ଘୋଷଣା କରିଥିଲେ । କିନ୍ତୁ ଦେଶରେ ପୁଣି କରୋନା କାୟା ବିସ୍ତାର କରୁଥିବା କାରଣରୁ ଏହି ସମୟ ସୀମାକୁ ବୃଦ୍ଧି କରାଯାଇଛି। ଯଦି ଜୁନ୍‌ ୩୦ ସୁଦ୍ଧା ଆପଣ ଆଧାରକାର୍ଡ ଓ ପାନ୍‌କାର୍ଡ ଲିଙ୍କ ନକରନ୍ତି ତେବେ ପାନ ନମ୍ବର ଅଚଳ ହୋଇଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା ଜଣେ ବ୍ୟକ୍ତି କୌଣସି ଆର୍ଥିକ କାରବାର କରିବା କ୍ଷେତ୍ରରେ ଅସୁବିଧାରେ ପଡ଼ିବାର ସମ୍ଭାବନା ରହିଥିଲା ବେଳେ ଆବଶ୍ୟକ ସ୍ଥଳେ ପାନ ନମ୍ବର ଦେଇନପାରିଲେ ଆୟକର ଆଇନ ଧାରା ୨୭୨ ବି ଅନୁଯାୟୀ ୧୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗିବାର ସମ୍ଭାବନା ରହିଛି ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବର୍ତ୍ତମାନ ବ୍ୟାଙ୍କ ଜମାଖାତା ଖୋଲିବା, ବ୍ୟାଙ୍କରେ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ବ ପରିମାଣର ଅର୍ଥ କାରବାର କରିବା କିମ୍ବା ମ୍ୟୁଚୁଆଲ ଫଣ୍ଡ ଓ ଶେୟାର କିଣିବା କ୍ଷେତ୍ରରେ ପାନ୍‌ନମ୍ବର ଦେବା ବାଧ୍ୟତାମୂଳକ ହୋଇଛି।

Leave A Reply

Your email address will not be published.