ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍

ଭୁବନେଶ୍ବର : ଷ୍ଟୁଡିଓରେ ମ୍ୟୁଜିକ୍ ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍। ଏ ମାଟି ଓଡ଼ିଶା ଓ ଜାତି ଓଡ଼ିଆ ଶୀର୍ଷକରେ ସେ କଣ୍ଠଦାନ କରିଛନ୍ତି । ନିଳାଦ୍ରୀବିହାରର ଏକ ଷ୍ଟୁଡିଓରେ ଗୀତଟିର ଡବିଂ ହୋଇଛି । ସଂଗୀତଟି ଓଡ଼ିଆ ସଂସ୍କୃତି ଓ ପରମ୍ପରା ଉପରେ ପର୍ଯ୍ୟବେଷିତ ହୋଇଛି ଏହି ଗୀତ ।

ଏପ୍ରିଲ ୧ ତାରିଖ ଉତ୍କଳ ଦିବସ ଉପଲକ୍ଷେ ଗୀତଟି ରିଲିଜ ହେବ। ହଜି ଯାଉଥିବା ଲୋକ କଥାକୁ ଏହି ଗୀତରେ ସ୍ଥାନ ଦିଆଯାଇଛି। ଅନ୍ୟପଟେ ପ୍ରଥମ ଥର ମହାମହିମ ରାଜ୍ୟପାଳ ଓଡ଼ିଆ ଗୀତରେ କଣ୍ଠ ଦାନ କାରି ଓଡିଆ ଭାଷା ସଂସ୍କୃତି ଓ ଅସ୍ମିତାକୁ ମନେ ପକାଇଛନ୍ତି। ଓଡ଼ିଶାର ଲୁଚି ଯାଉଥିବା କଥା ଓ ଶବ୍ଦ ଏଥିରେ ସ୍ଥାନ ପାଇଛି । ରାଜ୍ୟର ଆଗ ଧାଡ଼ିର ୧୪ ଜଣ କଣ୍ଠଶିଳ୍ପୀ ସଂଗୀତରେ କଣ୍ଠଦାନ କରିଥିବାବେଳେ ଗୀତଟିକୁ ବସନ୍ତରାଜ ସାମଲ ରଚନା କରିଛନ୍ତି । ମ୍ୟୁଜିକ୍ ସାଇଣ୍ଟିଷ୍ଟ ପ୍ରେମାନନ୍ଦ ଏଥିରେ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।

Leave A Reply

Your email address will not be published.