ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନ୍ୟରାଜ୍ଯ ପାଇଁ ରୋଲ ମଡେଲ୍ ସାଜିଛି ଓଡ଼ିଶାର ସରକାରୀ ଯୋଜନା

ଭୁବନେଶ୍ବର: ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭାରତରତ୍ନ ପାଇଁ ନବୀନ ଯୋଗ୍ୟ ବୋଲି କାର୍ଯ୍ଯକ୍ରମରେ ପ୍ରସଙ୍ଗ ମଧ୍ୟ ଉଠିଛି । ଜନସେବାରେ ନିୟୋଜିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ ଆୟୋଜିତ ଉତ୍ସବରେ ନବୀନଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି ।
ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଜନକ ପୁରସ୍କାର ପ୍ରଦାନ କରିଛନ୍ତି ।

ଦୀର୍ଘ ଦୁଇ ଦଶନ୍ଧି ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଅନନ୍ୟ ନେତୃତ୍ୱ ଦ୍ୱାରା ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ନୂଆ ପରିଚୟ ପ୍ରଦାନ କରିଛନ୍ତି। ଖାଦ୍ୟ ସୁରକ୍ଷାଠାରୁ ଆରମ୍ଭ କରି ବିପର୍ଯ୍ଯୟ ପରିଚାଳନା, କ୍ରୀଡ଼ାର ବିକାଶ, ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ଅନ୍ୟମାନଙ୍କ ପାଇଁ ଉଦାହରଣୀୟ ହୋଇଛି।

ଶିକ୍ଷା ହେଉ କି ସ୍ବାସ୍ଥ୍ଯ ଅବା କୃଷି, ଏସବୁର ବିକାଶ ଦିଗରେ ଏବେ ସବୁଠି ଆଗରେ ଓଡ଼ିଶା । ରାଜ୍ଯ ସରକାରଙ୍କ ଜନହିତକାରୀ ଯୋଜନାକୁ ନେଇ ଏବେ ସାରା ଦେଶରେ ଫୋକସରେ ଓଡ଼ିଶା । ଅନ୍ୟ ରାଜ୍ଯ ପାଇଁ ରୋଲ ମଡେଲ ସାଜିଛି ଓଡ଼ିଶାର ସରକାରୀ ଯୋଜନାଗୁଡିକ। ଓଡ଼ିଶାକୁ ଅନୁକରଣ କରିବାରେ ଲାଗିଛନ୍ତି ଦେଶର ଅନ୍ୟ ରାଜ୍ଯଗୁଡିକ। ଶିକ୍ଷା କ୍ଷେତ୍ରରେ କାର୍ଯ୍ଯକାରୀ ହୋଇଛି ଓଡ଼ିଶାର କେତକ ନୂତନ ଯୋଜନା । ‘ମୋ ସ୍କୁଲ’ ଓ ‘ମୋ କଲେଜ ଭଳି’ ପାରଦର୍ଶୀ ଯୋଜନା ରାଜ୍ଯ ସରକାରଙ୍କୁ ଦେଇଛି ସ୍ବତନ୍ତ୍ର ପରିଚିତ। ଗୁଣତ୍ମାକ ଶିକ୍ଷା ଆବଶ୍ଯକୀୟ ଶିକ୍ଷା ଉପକରଣ, ଉତ୍ତମ ଶୈକ୍ଷିକ ବାତାବାରଣ ଉପରେ ମଧ୍ଯ ଗୁରୁତ୍ବ ଦିଆଯାଇଛି।

ନବୀନଙ୍କ ଜନହିତକାରୀ ଯୋଜନା 

-ସାଢ଼େ ଚାରିକୋଟି ଓଡ଼ିଆଙ୍କ ପାଇଁ ସୁନିଶ୍ଚିତ ଖାଦ୍ୟ ନିରାପତ୍ତା

-ପିଡିଏସ୍‍ ବ୍ୟବସ୍ଥାରେ ତୃତୀୟ ବୃହତ୍ତମ ଅଂଶୀଦାର ଓଡ଼ିଶା

-ଦୃଢ଼ ବିପର୍ଯ୍ୟୟ ପରିଚାଳନା ରଣନୀତି ବିଶ୍ୱସ୍ତରରେ ପ୍ରଶଂସିତ

-ମିଶନଶକ୍ତି ମାଧ୍ୟମରେ ସ୍ୱାବଲମ୍ବୀ ରାଜ୍ୟର ୭୦ ଲକ୍ଷ ମହିଳା

-ବିଶ୍ୱ କ୍ରୀଡ଼ା ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଓଡ଼ିଶା

-ଆୟ ଦ୍ୱିଗୁଣିତ ସହ କୃଷକଙ୍କୁ ସଶକ୍ତ କରିଛି ‘କାଳିଆ’ ଯୋଜନା

-ଅନ୍ତର୍ଜାତୀୟସ୍ତରରେ ଓଡ଼ିଶା ହୋଇଛି ଶିଳ୍ପ ସମୃଦ୍ଧ ରାଜ୍ୟ

-ଦକ୍ଷତାର ବିକାଶ ଯୋଗୁଁ ରାଜ୍ୟର ଲକ୍ଷଲକ୍ଷ ଯୁବକଯୁବତୀ ସ୍ୱାବଲମ୍ବୀ

-ଜଙ୍ଗଲ ଅଧିକାର ଆଇନରେ ଆଦିବାସୀଙ୍କୁ ସଫଳ ଥଇଥାନ

-ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାରେ ଦେଶରେ ପ୍ରଥମ

-ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଲକ୍ଷ୍ୟରେ ବିଏସ୍‍କେୱାଇ କାର୍ଡ଼

-ମହିଳା ସଂରକ୍ଷଣ କ୍ଷେତ୍ରରେ ସାରା ଦେଶରେ ଉଦାହରଣ

Leave A Reply

Your email address will not be published.