ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଜ ଅଭିଯୋଗ ସମାଧାନର ବାଟ ଖୋଜୁଛନ୍ତି ଜନତା : ତାସ ଖେଳା ଓ କମେଡି ଭିଡିଓ ଦେଖାରେ ବ୍ୟସ୍ତ ସରକାରୀ ବାବୁ

କେନ୍ଦ୍ରାପଡା : କୋଭିଡ କଟକଣା ଯୋଗୁ ଗତ ଦୁଇବର୍ଷ ହେଲା କୌଣସି ଅଭିଯୋଗର ଶୁଣାଣି ହୋଇପାରୁନଥିଲା । ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଜିଲ୍ଲା କାର୍ଯ୍ୟାଳୟରେ ସୋମବାର ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହେଉଥିଲା । ଏହି ମିଳିତ ଅଭିଯୋଗ ଶୁଣାଣିରେ କେତେଜଣ ଅଧିକାରୀଙ୍କ ଅଜବ ଦୃଶ୍ୟ ଦେଖିବାକୁ ମିଳିଥିଲା ।
ଏହି ଅଭିଯୋଗ ଶୁଣାଣିରେ କେଉଁ ଅଧିକାରୀ ମୋବାଇଲରେ ଭିଡ଼ିଓ ଦେଖୁଥିବାବେଳେ ଆଉ କେଉଁ ଅଧିକାରୀମାନେ ତାସ ଖେଳିବା, କମେଡି ଭିଡିଓ ଦେଖିବା, ସମ୍ପର୍କୀୟଙ୍କ ସହ ଚାଟିଂ କରିବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳିଥିଲା । ସବୁଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଦେଖିବାକୁ ମିଳିଥିଲା ଯେ ଜଣେ ପିଏଚଡ଼ି ଅଧିକାରୀ ମୋବାଇଲରେ ମୋତେ ଗୋଟେ ଗୋରୀ ଝିଅ ଦରକାର ନାମକ ଏକ ଭିଡ଼ିଓ ଦେଖୁଥିଲେ । ବୈଠକରେ ଶତାଧିକ ଲୋକେ ନିଜ ନିଜର ଅଭିଯୋଗର ସମାଧାନର ବାଟ ଖୋଜୁଥିବାବେଳେ ଅଧିକାରୀଙ୍କ ଏହିଭଳି କାରନାମାକୁ ସାଧାରଣରେ ପ୍ରଶ୍ନ କରାଯାଇଛି । ଯଦି ଘଣ୍ଟାଏ ଦୁଇଘଣ୍ଟା ଚାଲୁଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଲୋକଙ୍କ ଅଭିଯୋଗ ଏମାନେ ଶୁଣୁନାହାନ୍ତି ତେବେ ସେମାନଙ୍କ ନିଜ ନିଜ କାର୍ଯ୍ୟାଳୟରେ କିଭଳି କାର୍ଯ୍ୟ କରୁଥିବେ ତାହା ସହଜରେ ଅନୁମାନ କରାଯାଇପାରେ ।

 

ଲୋକଙ୍କୁ ଗୁରୁତ୍ୱ ଦେଇ ସେମାନଙ୍କ ସମସ୍ୟାକୁ ସମାଧାନ କରିବା ପାଇଁ ଏହିଭଳି ଅଧିକାରୀଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦରମା ଦିଆଯାଉଥିବାବେଳେ ଏମାନେ କିଭଳି କାର୍ଯ୍ୟ ନିର୍ବାହ କରୁଛନ୍ତି ତାହା ଆଜିର ବୈଠକରେ ପ୍ରମାଣିତ ହୋଇଗଲା । ସରକାରୀ ଦପ୍ତରରେ  ଗୋଟିଏ ବୈଠକ ଆୟୋଜନ ପାଇଁ ସରକାରୀ ଫଣ୍ଡରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି । ଚା, କଫି, ଜଳଖିଆ, ବିଶୁଦ୍ଧ ପାଣି, ଗାଧୁଆ ବେଳ ଭୋଜନଠାରୁ ଆରମ୍ଭ କରି କାରରେ ଯିବାଆସିବା ପର୍ଯ୍ୟନ୍ତ ଖର୍ଚ୍ଚ ସରକାର ବହନ କରୁଛନ୍ତି । ହେଲେ ସରକାରୀ ବାବୁମାନେ ଯେଉଁ କାର୍ଯ୍ୟ ପାଇଁ ଆସିଥିଲେ ତାହା ନକରି ମଜା ନେବାରେ ବ୍ୟସ୍ତ ରହୁଥିବା ଦେଖିବାକୁ ମିଳୁଛି । ଏହିଭଳି ଅଧିକାରୀଙ୍କ ପାଇଁ ସରକାର ଆଜି ବଦନାମ ହେଉଛନ୍ତି । ତୁରନ୍ତ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।
Leave A Reply

Your email address will not be published.