bitcoin
Bitcoin (BTC) 2,297,768.95 0.45%
ethereum
Ethereum (ETH) 148,828.30 2.86%
tether
Tether (USDT) 77.47 0.05%
bnb
BNB (BNB) 24,807.69 3.43%
usd-coin
USD Coin (USDC) 77.59 0.08%
xrp
XRP (XRP) 30.90 2.23%
binance-usd
Binance USD (BUSD) 77.40 0.05%
cardano
Cardano (ADA) 38.95 2.82%
solana
Solana (SOL) 3,571.64 5.75%
polkadot
Polkadot (DOT) 751.84 2.82%

ନବନିଯୁକ୍ତ ଡାକ୍ତର ଓ ଫାର୍ମାସିଷ୍ଟଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଉତ୍ସର୍ଗୀକୃତ ଓ ସର୍ବୋତ୍ତମ ସେବାରେ ବ୍ରତୀ ହୁଅ

ଭୁବନେଶ୍ୱର : ‘ମୋ ସରକାର’ରେ ସ୍ୱାସ୍ଥ୍ୟ ସେବାକୁ ଦିଆଯାଉଛି ସର୍ବାଧିକ ପ୍ରାଧାନ୍ୟ। ପ୍ରତ୍ୟେକ ବର୍ଗର ଲୋକଙ୍କ ପାଖରେ ସର୍ବୋତ୍ତମ ସ୍ୱାସ୍ଥ୍ୟ ସେବାକୁ ପହଞ୍ଚାଇବା ଦିଗରେ କାମ କରାଯାଉଛି। ତେଣୁ ଓଡ଼ିଶାବାସୀଙ୍କ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବନିଯୁକ୍ତ ଡାକ୍ତର ଓ ଫାର୍ମାସିଷ୍ଟମାନଙ୍କୁ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ଉତ୍କର୍ଷ ସ୍ୱାସ୍ଥ୍ୟ ସେବା କେନ୍ଦ୍ରରେ ପରିଣତ କରିବା ନିମନ୍ତେ ଉତ୍ସର୍ଗୀକୃତ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଛନ୍ତି। ଡାକ୍ତରୀ ବୃତ୍ତି ହେଉଛି ଅତ୍ୟନ୍ତ ପବିତ୍ର ବୃତ୍ତି। ଡାକ୍ତରମାନେ ଚିକିତ୍ସା ଦ୍ୱାରା ଲୋକଙ୍କୁ ନୂଆ ଜୀବନ ଦେଇଥାନ୍ତି। ଲୋକଙ୍କ ଆଶା ଓ ଆକାଂକ୍ଷା ପୂରଣ ଦିଗରେ ନବ ନିଯୁକ୍ତ ଡାକ୍ତରମାନେ କାମ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।

ସୋମବାର ଶ୍ରମ ଓ ନିୟୋଜନ ବିଭାଗ ପକ୍ଷରୁ ଇଏସ୍‍ଆଇ ହସ୍ପିଟାଲ ଓ ଡିସ୍ପେନସାରୀ ପାଇଁ ୫୫ ଜଣ ନୂଆ ଡାକ୍ତର, ୫୯ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ନବ ନିଯୁକ୍ତ ଡାକ୍ତର ଓ ଫାର୍ମାସିଷ୍ଟଙ୍କ ଯୋଗଦାନ ସ୍ୱାସ୍ଥ୍ୟ ସେବା ବିଶେଷକରି ୮ ଲକ୍ଷ ବୀମାଭୁକ୍ତ ସଦସ୍ୟଙ୍କ ପାଇଁ ବହୁତ ବଡ଼ ପଦକ୍ଷେପ। କେବିକେ, ବିଛିନ୍ନାଞ୍ଚଳରେ କାର୍ଯ୍ୟ କରିବା ନିମନ୍ତେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହିତ କରାଯାଉଛି। ସେମାନଙ୍କୁ ଆର୍ଥିକ ଓ ଅଣ ଆର୍ଥିକ ପ୍ରୋତ୍ସାହନ ଦେବା ସ୍ୱରୂପ ସ୍ୱାସ୍ଥ୍ୟ ସେବା କ୍ଷେତ୍ରକୁ ଦକ୍ଷ ମାନବସମ୍ବଳଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ଏହି ମର୍ମରେ ଇଏସ୍‍ଆଇ ହସ୍ପିଟାଲ ଓ ଡିସ୍ପେନସାରୀ ରାଜ୍ୟର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ବୀମାଭୁକ୍ତ କର୍ମଚାରୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ଦିଗରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ‘୫-ଟି’ ଓ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶାସନ ବ୍ୟବସ୍ଥାରେ ରୂପାନ୍ତରଣ ଆଣିବା ସହିତ ଲୋକଙ୍କ ସଶକ୍ତିକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନର ସେବାକୁ ନେଇ ୯୨% ଲୋକ ସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ, ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଦିଗରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟ କରୁଛନ୍ତି। ଏହି କ୍ରମରେ ରାଜ୍ୟରେ ୪ଟି ନୂଆ ଇଏସ୍‍ଆଇ ହସ୍ପିଟାଲ ଓ ୧୨ଟି ଡିସ୍ପେନସାରୀ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁମୋଦନ ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବର୍ଦ୍ଧିତ ଶିଳ୍ପାୟନ ପରିପ୍ରେକ୍ଷୀରେ ନୂତନ କର୍ମଶକ୍ତି ସୃଷ୍ଟି କରାଯାଉଛି। ଇଏସ୍‍ଆଇ ସ୍ୱାସ୍ଥ୍ୟ ବୀମା କାର୍ଯ୍ୟକ୍ରମ ଦ୍ୱାରା ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ସୁନିଶ୍ଚିତ କରିହେବ। ସ୍ୱାସ୍ଥ୍ୟ ସେବା ଦିଗରେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ଶ୍ରୀ ମହାପାତ୍ର ଆଲୋକପାତ କରିଥିଲେ। ଶ୍ରମ ବିଭାଗ ପ୍ରମୁଖ ସଚିବ ଚିତ୍ର ଅରୁମୁଗମ୍‍ ସ୍ୱାଗତ ଭାଷଣ ଦେଇଥିବା ବେଳେ ଇଏସ୍‍ଆଇ ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a comment