ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦୁଝର ଜିଲ୍ଲାର ଅପହଞ୍ଚ ଇଲାକାରେ ଦେବଦୂତ ସାଜିଛି ସରକାରୀ ବାଇକ୍‌‌ ଆମ୍ବୁଲାନ୍ସ

କେନ୍ଦୁଝର(ଶରତ ଦାଶ): ଭୌଗଳିକ ସମସ୍ୟା ପାଇଁ ସେଠି ଭଲ ରାସ୍ତା ନ ଥିଲା। ପହଞ୍ଚି ପାରୁ ନ ଥିଲା ସ୍ୱାସ୍ଥ୍ୟସେବା। କିନ୍ତୁ ବିକଳ୍ପର ସନ୍ଧାନ କଲେ ସରକାର। ଚାରି ଚକିଆ ଆମ୍ବୁଲାନ୍ସ ନ ପହଞ୍ଚିଲେ ବି ବାଇକ୍‌‌ ଆମ୍ବୁଲାନ୍ସର ବ୍ୟବସ୍ଥା କଲେ ସରକାର। କେନ୍ଦୁଝର ଜିଲ୍ଲାର କିଛି ଅପହଞ୍ଚ ଇଲାକାରେ ଦେବଦୂତ ସାଜିଛି ସରକାରୀ ବାଇକ୍‌‌ ଆମ୍ବୁଲାନ୍ସ।

ସେ ଦିନ ଗଲାଣି। ଏବେ ସ୍ୱାସ୍ଥ୍ୟସେବାର ଆଲୋକ ପହଞ୍ଚିଲାଣି ଅପହଞ୍ଚ ଇଲାକାରେ। ଏହାର ସକାରାତ୍ମକ ପ୍ରଭାବ ପଡ଼ିଛି ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ଉପରେ। ଖାସ୍‌‌ ଏଥିପାଇଁ ଜିଲ୍ଲାରେ ଆନୁଷ୍ଠାନିକ ପ୍ରସବ ସଂଖ୍ୟା ବଢ଼଼଼଼ିଛି ଓ ଶିଶୁମାତୃ ମୃତ୍ୟୁ ହାର ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି।

ସୂଚନା ଅନୁସାରେ ହରିଚନ୍ଦନପୁର ବ୍ଲକର ରେବଣାପଳାଶପାଳ ଠାରେ ନିୟୋଜିତ ବାଇକ ଆମ୍ବୁଲାନ୍ସର ତଦାରଖ ଦାୟିତ୍ୱ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓସ୍କା ନେଇଥିବା ବେଳେ ତେଲକୋଇ ବ୍ଲକର କାଳିଆହତା ଠାରେ ନିୟୋଜିତ ବାଇକ ଆମ୍ବୁଲାନ୍ସର ତଦାରଖ ଦାୟିତ୍ୱ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆର୍‌‌ଭିଡିଓ ନେଇଛି।

ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା ବାଂଶପାଳ ବ୍ଲକର କାଞ୍ଜିପାଣି ଠାରେ ନିୟୋଜିତ ବାଇକ୍‌‌ ଆମ୍ବୁଲାନ୍ସ ଯୋଗୁଁ ଶତାଧିକ ଗର୍ଭବତୀ ଓ ନବଜାତ ଶିଶୁ ଉପକୃତ ହୋଇସାରିଥିବା ଜଣାପଡ଼ିଛି। ଖଣି ଅଞ୍ଚଳ ଯୋଡା ବ୍ଲକର ବଲାଣି ଠାରେ ଥିବା ବାଇକ ଆମ୍ବୁଲାନ୍ସ ପାଇଁ ସେ ଅଞ୍ଚଳର ପ୍ରସୂତି ମହିଳା ଓ ରୋଗାକାନ୍ତ ନବଜାତ ଶିଶୁ ଉପକୃତ ହେଉଥିବା ବିଭାଗ ସୂଚନା ଦେଇଛି। ଯୋଡା ବ୍ଲକର ଦୁର୍ଗମ ଅଞ୍ଚଳ ଭାବେ ଜଣାଶୁଣା କାଳିମାଟି ଠାରେ ନିୟୋଜିତ ବାଇକ ଆମ୍ବୁଲାନ୍ସ ଯୋଗୁଁ ସେ ଅଞ୍ଚଳର ଶତାଧିକ ଗର୍ଭବତୀ ଓ ନବଜାତ ଶିଶୁ ଉପକୃତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ତଥ୍ୟରୁ ସୂଚନା ମିଳିଛି। ଝୁମ୍ପୁରା ବ୍ଲକର ମାଲଦାଠାରେ ନିୟୋଜିତ ବାଇକ ଆମ୍ବୁଲାନ୍ସ ପାଇଁ ବିଗତ ବର୍ଷରେ ସେ ଅଞ୍ଚଳର ଅନେକ ପ୍ରସୂତି ଓ ନବଜାତ ଶିଶୁ ଉପକୃତ ହୋଇଥିବା ଜଣାପଡ଼ିଛି।

ଓମ୍ବାଡ୍‌‌ସି ଓ ସମ୍ପୂର୍ଣ୍ଣା ଯୋଜନାରେ କାର୍ଯ୍ୟକାରୀ କେନ୍ଦୁଝର ଜିଲ୍ଲାର ଏଭଳି ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥା ରାଜ୍ୟରେ ପ୍ରଥମ। ବାଇକ ଆମ୍ବୁଲାନ୍ସ ଗୁଡିକ ଅଣ ଓସାରିଆ ହୁଡାରାସ୍ତାରେ ଚଳପ୍ରଚଳ କରିପାରୁଥିବାରୁ ଯେଉଁ ଅଞ୍ଚଳକୁ ଭଲ ରସ୍ତାନାହିଁ ସେଠାକୁ ପହଞ୍ଚି ଡାକ୍ତରୀ ସେବା ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିପାରୁଛି। ଆଗାମୀ ଦିନରେ ଜିଲ୍ଲାର ଏହି ବାଇକ ଆମ୍ବୁଲାନ୍ସ ବ୍ୟବସ୍ଥାର ସମ୍ପ୍ରସାରଣ କରାଯିବାକୁ ଯୋଜନା ରହିଛି।

Leave A Reply

Your email address will not be published.