bitcoin
Bitcoin (BTC) 2,246,618.64 1.03%
ethereum
Ethereum (ETH) 138,604.24 1.55%
tether
Tether (USDT) 77.63 0.31%
usd-coin
USD Coin (USDC) 77.79 0.15%
bnb
BNB (BNB) 23,554.60 1.68%
xrp
XRP (XRP) 29.93 2.93%
binance-usd
Binance USD (BUSD) 77.87 0.23%
cardano
Cardano (ADA) 35.70 2.91%
solana
Solana (SOL) 3,251.27 1.95%
dogecoin
Dogecoin (DOGE) 6.35 3.49%

ଗୋପବନ୍ଧୁଙ୍କ ଜନ୍ମପୀଠ ସୁଆଣ୍ଡୋର ବିକାଶ କାମର ସମୀକ୍ଷା କଲେ ୫ଟି ସଚିବ ଭି.କେ. ପାଣ୍ଡିଆନ

ପୁରୀ: ଗୋପବନ୍ଧୁଙ୍କ ଷଠିଘର ସୁଆଣ୍ଡୋ ଗ୍ରାମରେ ଚାଲିଥିବା ଉନ୍ନୟନ ମୂଳକ କାର୍ଯ୍ଯର ସମୀକ୍ଷା କରୁଛନ୍ତି ୫-ଟି ସଚିବ ଭି.କେ. ପାଣ୍ଡିଆନ। ଭାଷା-ସଂସ୍କୃତି ପର୍ଯ୍ଯଟନ କ୍ଷେତ୍ର ଭାବେ ସୁଆଣ୍ଡୋର ବିକାଶ ପାଇଁ ରାଜ୍ୟ ସରକାର ବ୍ୟାପକ ଯୋଜନା କରିଛନ୍ତି । ପ୍ରକଳ୍ପ ପାଇଁ ପ୍ରାୟ ୧୫.୧୬ କୋଟି ଟଙ୍କାର ବ୍ୟୟ ଅଟକଳ ମଞ୍ଜୁର କରାଯାଇଛି । ଗୋପବନ୍ଧୁଙ୍କ ଜନ୍ମପୀଠରେ ଥିବା ଶିବ ମନ୍ଦିର, ଦୁଇଟି ପୋଖରୀ, ପୈତୃକ ଘର, ଗାଁକୁ ରାସ୍ତା, ଜନ୍ମପୀଠ ପରିକ୍ରମା ରାସ୍ତା, ପାର୍କ ଆଦିର ବିକାଶ ପାଇଁ କାର୍ଯ୍ଯ ତ୍ୱରାନ୍ୱିତ ହୋଇଛି ।

ଏହାସହ ଗୋପବନ୍ଧୁ ସ୍ମୃତି ସଂଗ୍ରାହଳୟ, ସୂଚନା କେନ୍ଦ୍ର ଏବଂ ଆତିଥ୍ୟ କେନ୍ଦ୍ର ମଧ୍ୟ ନିର୍ମାଣ କରାଯାଉଛି । ସେଠାରେ ଥିବା ଶିବ ମନ୍ଦିରର ସୌନ୍ଦର୍ୟ୍ୟକରଣ ସାଙ୍ଗକୁ ପୋଖରୀର ପୁନଃଖନନ, ଉଦ୍ଧାର ଓ ସୌନ୍ଦର୍ୟ୍ୟକରଣ କାର୍ୟ୍ୟ ପ୍ରାୟ ଚୁଡ଼ାନ୍ତ ପର୍ୟ୍ୟାୟରେ ପହଞ୍ଚିଛି । ସଂଗ୍ରହାଳୟର ଘର ନିର୍ମାଣ ମଧ୍ୟ ସରିଛି । ବିଦ୍ୟୁତକରଣ ଏବଂ ଶେଷ ପର୍ଯ୍ଯାୟ କାର୍ଯ୍ଯ ଚାଲୁ ରହିଛି । ସେହିପରି ଆତିଥ୍ୟ କେନ୍ଦ୍ରର ବିଭିନ୍ନ ବିଭାଗ କାମ ମଧ୍ୟ ଚାଲୁ ରହିଛି । ଗୋପବନ୍ଧୁ ଦାସଙ୍କର ପ୍ରାୟ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ପ୍ରତିମୂର୍ତ୍ତି, ପୈତୃକ ଗୃହର ପୁନଃ ବିକାଶ ଆଦି କାର୍ୟ୍ୟ ମଧ୍ୟ ଚାଲିଛି ।

ଅନ୍ୟପକ୍ଷରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ନିମନ୍ତେ ଭିତ୍ତିଭୂମି ବିକାଶ କାମ ମଧ୍ୟ ଆଗେଇ ଚାଲିଛି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ମୋଟ୍ ୬୧.୬୩ କୋଟି ଟଙ୍କାର ବ୍ୟୟ ଅଟକଳ ହୋଇଛି । ଆଜି ଏସବୁ କାମର ସମୀକ୍ଷା କରିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ସୁଆଣ୍ଡୋରୁ ସମୀକ୍ଷା ଶେଷ କରି ଭୁବନେଶ୍ୱର ଘାଟିକିଆସ୍ଥିତ ଓଡ଼ିଶା ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ରିସର୍ଚ୍ଚରେ ବିଭିନ୍ନ ଉନ୍ନୟନମୂଳକ କାର୍ୟ୍ୟର ତଦାରଖ କରିବାର କାର୍ୟ୍ୟକ୍ରମ ରହିଛି ।

Leave a comment