ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲା : ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ

ଭୁବନେଶ୍ବର : ପୂର୍ବତନ  IFS ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାକୁ ନେଇ ପଚରାଉଚରା କରିବା ପାଇଁ ଇଡିରେ ହାଜର ହୋଇଛନ୍ତି ସୁଜାତା ପାଣିଗ୍ରାହୀ । ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ହେଉଛନ୍ତି ସୁଜାତା ପାଣିଗ୍ରାହୀ । ତେବେ ଏହି ଠକେଇ ମାମଲାରେ ତାଙ୍କର ସଂପୃକ୍ତି ଥିବାନେଇ ଚର୍ଚ୍ଚା ଜୋର ଧରିିଥିବା ବେଳେ ଆଜି ଇଡି ତାଙ୍କୁ ଜେରା କରିବ ।

ସେହିପରି ମଙ୍ଗଳବାର ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଜେରା କରିଥିଲା ଇଡି । ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରୁତିଙ୍କୁ ଜେରା କରାଯାଇଥିଲା । ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ଅଭୟ ପାଠକଙ୍କ ପୁଅ ଆକାଶ ପାଠକ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଆକାଶ ପାଠକଙ୍କ ଆକାଉଣ୍ଟକୁ ଯାଇଥିବା ଟଙ୍କା ନେଇ ଜେରା କରିବ ଇଡି ।

Leave A Reply

Your email address will not be published.