ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜେଲ୍‌ରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ମିଳିଛି ସର୍ତ୍ତ ମୂଳକ ଜାମିନ

ଜେଲରୁ ମୁକୁଳିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ବହୁଦିନ ଧରି ଜେଲରେ ରହିବା ପରେ ଆଜି ସେ ଝାରପଡା ଜେଲରୁ ମୁକୁଳିଛନ୍ତି । ୬ଟି ମାମଲାରେ ହାଇକୋର୍ଟରୁ ଜାମିନ ପରେ ଜେଲରୁ ବାହାରିଛନ୍ତି ପ୍ରଦୀପ । ଠକେଇ, ଜାଲିଆତି ଭଳି ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ ହୋଇ ଜେଲରେ ଥିଲେ । ୨ ଲକ୍ଷ ଟଙ୍କା ବ୍ୟକ୍ତିଗତ ମୁଚାଲିକାରେ ପ୍ରଦୀପଙ୍କୁ ଜାମିନ ଦେଇଛନ୍ତି ହାଇକୋର୍ଟ ।

ମେ ୨୦ ତାରିଖରେ ମାମଲାରେ କୋର୍ଟ ଜାମିନ ଖାରଜ କରିଥିଲେ । ଏହା ବିରୋଧରେ ହାଇକୋର୍ଟରେ ଆବେଦନ କରିଥିଲେ ପ୍ରଦୀପ ପାଣିଗ୍ରାହୀ । ଚାକିରି ଦେବା ନାଁରେ ଠକେଇକୁ ନେଇ କୌଣସି ଠୋସ୍‌ ପ୍ରମାଣ ପ୍ରଦୀପଙ୍କ ବିରୋଧରେ ମିଳିନଥିବା ବେଳେ ଅଭିଯୋଗକାରୀ କାହିଁକି ବିଳମ୍ବରେ ଥାନାରେ ଅଭିଯୋଗ କଲେ ସେନେଇ ମଧ୍ୟ ସଠିକ୍‌ ଉତ୍ତର ଦେଇପାରିନଥିଲେ ।

ତେବେ ପ୍ରଦୀପ ଜେଲରୁ ବାହାରିବା ପରେ ମାମଲା ସହ ଜଡ଼ିତ କୌଣସି ବ୍ୟକ୍ତିଙ୍କ ସହ ଯୋଗାଯୋଗ କିମ୍ବା ପ୍ରମାଣ ନଷ୍ଟ କରିପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି । ଏଥିସହ ଗଣମାଧ୍ୟମରେ ମଧ୍ୟ ଏନେଇ କୌଣସି ପ୍ରତିକ୍ରିୟା ରଖିପାରିବେ ନାହିଁ । ଏହିସବୁ ସର୍ତ୍ତ ଖଣ୍ଡନ କଲେ ବେଲ୍‌ ଖାରଜ ହେବ ବୋଲି ହାଇକୋର୍ଟ କହିଛନ୍ତି ।

Leave A Reply

Your email address will not be published.