ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିରୋଧୀଙ୍କୁ ପୁଣି ଝଟକା: ଶରଦ ଓ ଫାରୁକଙ୍କ ପରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମନାକଲେ ଗୋପାଳକୃଷ୍ଣ ଗାନ୍ଧୀ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ନେଇ ବିରୋଧୀଙ୍କୁ ପୁଣି ଏକ ଝଟକା ଲାଗିଛି । ଜଣେ ପରେ ଜଣେ ନେତା ରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ଅମଙ୍ଗ ହେବା, ବିରୋଧୀଙ୍କୁ ଚିନ୍ତାରେ ପକାଇଛି। ବିରୋଧୀଙ୍କ ପାଇଁ ପ୍ରାର୍ଥୀ ମିଳିବା କଷ୍ଟକର ହୋଇଯାଇଛି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ ସୋମବାର ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିରୋଧୀ ନେତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନରେ ଏମିତି ପ୍ରାର୍ଥୀ ଦିଆଯାଉ ଯାହାଙ୍କୁ ଜାତୀୟ ସ୍ଥରରେ ସହମତି ଓ ବିରୋଧୀଙ୍କ ଏକତା ଶୁନିଶ୍ଚିତ ରହିଥିବ।

ପ୍ରଥମେ ଏନସିପି ମୁଖ୍ୟ ଶରଦ ପୱାର ପରେ ନ୍ୟାସନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା ଆଉ ଏବେ ଗୋପାଳକୃଷ୍ଣ ଗାନ୍ଧି ନିର୍ବାଚନ ଲଢିବାକୁ ମନା କରିଦେଇଛନ୍ତି । ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନାତି ଗୋପାଳକୃଷ୍ଣ ସୋମବାର ବିରୋଧୀ ଦଳ ନେତାଙ୍କ ଅନୁରୋଧକୁ ଅଗ୍ରାହ୍ୟ କରିଛନ୍ତି ।

ସେ କହିଛନ୍ତି କି, ବିରୋଧୀ ଦଳର ଅନେକ ସମ୍ମାନିତ ନେତା ରାଷ୍ଟ୍ରପତି ପଦ ପାଇଁ ଆଗାମୀ ନିର୍ବାଚନରେ ବିରୋଧୀଙ୍କ ପ୍ରାର୍ଥୀ ହେବା ଲାଗି ଅନୁରୋଧ କରିବା ତାଙ୍କୁ ସମ୍ମାନିତ ଓ ଗୌରବାନ୍ଵିତ କରିଛି। ‘ମୁଁ ସେମାନଙ୍କ ପ୍ରତି କୃତଜ୍ଞ। କିନ୍ତୁ ଏହା ଉପରେ ଗଭୀର ଚିନ୍ତନ ପରେ ଅନୁରୋଧକୁ ପ୍ରତ୍ୟାକ୍ଷାନ କରିଛି । ବିରୋଧୀଙ୍କ ପ୍ରାର୍ଥୀ ଏପରି ହେବା ଆବଶ୍ୟକ ଯିଏ ବିରୋଧୀ ଏକତା ସହ ରାଷ୍ଟ୍ରୀୟ ସ୍ତରରେ ସର୍ବ ସହମତି ସୃଷ୍ଟି କରିପାରିବେ । ମୋ ଠାରୁ ଅନେକ ଉତ୍ତମ ବ୍ୟକ୍ତି ଅଛନ୍ତି । ଏହି କାରଣରୁ ମୁଁ ବିରୋଧୀଙ୍କୁ ଅନୁରୋଧ କରୁଛି କି ଭଲ ପ୍ରାର୍ଥୀ ଚୟନ କରନ୍ତୁ । ତେଣୁ ମୁଁ ବିରୋଧୀଦଳର ନେତାମାନଙ୍କୁ ଅନୁରୋଧ କରିଛି ଯେ ଏପରି ବ୍ୟକ୍ତିଙ୍କୁ ସୁଯୋଗ ଦିଅନ୍ତୁ ଏବଂ ଡକ୍ଟର ରାଜେନ୍ଦ୍ର ପ୍ରସାଦ ଆମର ପ୍ରଥମ ରାଷ୍ଟ୍ରପତି ଭାବରେ ଉଦଘାଟନ କରିଥିବା କାର୍ଯ୍ୟାଳୟ ପାଇଁ ଜଣେ ଯୋଗ୍ୟ ରାଷ୍ଟ୍ରପତି ପାଆନ୍ତୁ । ଗୋପାଳକୃଷ୍ଣ ଗାନ୍ଧୀଙ୍କ ପ୍ରତ୍ୟାଖାନ ପରେ ବିରୋଧୀଙ୍କ ରାଷ୍ଟ୍ରପତି ପ୍ରାର୍ଥୀ କିଏ ହେବ ତାକୁ ନେଇ ଆଶଙ୍କା ଦେଖାଯାଇଛି ।

Leave A Reply

Your email address will not be published.