ଚୌଦ୍ୱାର ଜେଲରେ ଗୋପାଳ, ତାକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ କଏଦୀଙ୍କ ଭିଡ଼

କଟକ: ଚୈଦ୍ୱାର ଜେଲରେ ଗୋପାଳ କାଟିଲା ଦୁଇ ଦିନ । ଆଜି ସକାଳ ୬:୩୦ରେ ଉଠିଥିଲା ଗୋପାଳ । ନିଜର ନିତ୍ୟକର୍ମ ସାରି ସ୍ୱତନ୍ତ୍ର ସେଲରୁ ବାହାରକୁ ବାହାରିଥିଲା ଗୋପାଳ । ଜେଲ ମାନୁଆଲ ହିସାବରେ ଗୋପାଳକୁ ଦିଆଯାଇଥିଲା ଚୁଡା ସନ୍ତୁଳା । ସକାଳ ଜାଳିଖିଆ ଖାଇ ଜେଲ କତୃପକ୍ଷଙ୍କୁ ଦୁଇଟି ଖବର କାଗଜ ମାଗିଥିଲା ଗୋପାଳ । ଗୋପାଳକୁ ଦେଖିବା ଓ ତାହା ସହ କଥା ହେବାକୁ ଅନ୍ୟ ବନ୍ଦୀଙ୍କ ଭିଡ଼ ଦେଖିବାକୁ ମିଳିଥିଲା । କଡା ସୁରକ୍ଷା ମଧ୍ୟରେ ଥିବାବେଳେ ତାହା ପାଖକୁ କାହାକୁ ଛଡାଯାଇ ନଥିଲା ।