ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ହଟାଇଲେ ୮ ଲକ୍ଷରୁ ଉର୍ଦ୍ଧ୍ବ ଆପ୍

ନୂଆଦିଲ୍ଲୀ : ଗୁଗୁଲ୍ ଓ ଆପଲ୍ ନିଜ ଆପ ଷ୍ଟୋରରୁ ଲକ୍ଷାଧିକ ବିପଦଜନକ ଆପକୁ ହଟାଇ ଦେଇଛନ୍ତି। ଏହା ପରେ ଉପଭୋକ୍ତାମାନେ ଏହି ଆପ୍ ବ୍ୟବହାର କରିବାକୁ ଆଉ ସମର୍ଥ ହେବେ ନାହିଁ । ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋର୍‌ରରୁ ୮ ଲକ୍ଷ ୧୩ ହଜାରରୁ ଅଧିକ ଆପ୍ ଉପକୁ ହଟାଇ ଦିଆଯାଇଥିବା ସୂଚନା ।

H1 ୨୦୨୧ ତାଲିକାଭୁକ୍ତ ମୋବାଇଲ୍ ଆପ୍ ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୨୧ ମସିହାର ପ୍ରଥମାର୍ଦ୍ଧରେ ଗୁଗୁଲ୍ ଏବଂ ଆପଲ୍ ସେମାନଙ୍କ ଷ୍ଟୋରରୁ ଲକ୍ଷଲକ୍ଷ ଆପକୁ ହଟାଇ ଦେଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋର ଏବଂ ଆପଲ୍ ଆପ୍ ଷ୍ଟୋରରୁ ମୋଟ ୮ ଲକ୍ଷ ୧୩ ହଜାର ଆପ୍ ଡିଲିଟ କରାଯାଇଛି। ଏହି ଆପ ଗୁଡିକ ଉପଭୋକ୍ତାମାନେ ଆଉ ବ୍ୟବହାର କରିପାରିବେ ନାହିଁ। ଏହା ମଧ୍ୟ କୁହାଯାଇଛି ଯେ, ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟାଯାଇଥିବା ଆପଗୁଡିକ ୯ ବିଲିୟନ ଥର ଡାଉନଲୋଡ୍ ହୋଇଥିଲା। ସେହି ସମୟରେ, ଆପଲ୍ ଆପ୍ ଷ୍ଟୋରରୁ ଅପସାରିତ ହୋଇଥିବା ଆପଗୁଡିକୁ  ୨.୧  ମିଲିୟନ୍ ଉପଭୋକ୍ତାଙ୍କର ରେଟିଙ୍ଗ ମିଳିଥିଲା । ଆପ ଷ୍ଟୋରରୁ ଏହି ଆପକୁ ହଟାଯିବା ପରେ ମଧ୍ୟ ୟୁଜର୍ସଙ୍କ ସ୍ମାର୍ଟଫୋନରେ ଏହା ଉପଲବ୍ଧ ଥିବା ଅନୁମାନ କରାଯାଉଛି।

ଆପ୍ ନିଷେଧ କରିବାର କାରଣ:
ରିପୋର୍ଟ ଅନୁଯାୟୀ, ଗୁଗୁଲ ପ୍ଲେ ଷ୍ଟୋରରେ ଉପସ୍ଥିତ ଥିବା ଏହି ଆପଗୁଡ଼ିକ ବ୍ୟବହାରକାରୀଙ୍କ ପାଇଁ ବିପଦଜନକ ପ୍ରମାଣିତ ହୋଇପାରେ। ଆପ ଗୁଡିକ ଚାଲିବା ପାଇଁ ବିଭିନ୍ନ ପ୍ରକାର ଅନୁମିତି( ପରମିଶନ) ମାଗିଥାଏ। ଏହାକୁ  ବିପଜ୍ଜନକ ମନେକରି ଗୁଗଲ ଓ ଆପଲ ନିଜ ଆପ ଷ୍ଟୋରରୁ ଲକ୍ଷଲକ୍ଷ ଆପ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । ଏହି ନୁମିତି( ପରମିଶନ) କାରଣରୁ, ଉପଭୋକ୍ତାମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହେବାର ସମ୍ଭାବନା ରହିଥାଏ।  କେବଳ ଏତିକି ନୁହେଁ, ଏହି ଆପ୍ ମଧ୍ଯମରେ ହ୍ଯାକରମାନେ  ବ୍ୟବହାରକାରୀଙ୍କ କ୍ୟାମେରା ପର୍ଯ୍ଯନ୍ତ ପ୍ରବେଶ କରିପାରୁଥିବା ଜଣାପଡ଼ିଛି ​। ଏଭଳି ପରିସ୍ଥିତିରେ ବ୍ୟବହାରକାରୀଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ସୁରକ୍ଷିତ ନଥିଲା। ଏହି ସବୁ କାରଣରୁ ଉକ୍ତ ଆପଗୁଡିକ ଉପରେ ପ୍ରତିବନ୍ଧକ ଲଗାଯାଇଛି।

 

Leave A Reply

Your email address will not be published.