ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅନୁଗୁଳ ଓ ତାଳଚେର ଟ୍ରାକ୍‌ରୁ ଲାଇନ୍‌ଚ୍ୟୁତ୍‌ ହେଲା ମାଲବାହୀ ଟ୍ରେନ୍‌, ୧୨ ଟ୍ରେନ ବାତିଲ

ଅନୁଗୁଳ: ଟ୍ରାକ୍‌ରୁ ଖସିଲା ମାଲବାହୀ ଟ୍ରେନ୍ । ଅନୁଗୁଳ-ତାଳଚେର ରୋଡ୍‌ ଷ୍ଟେସନ ମଧ୍ୟରେ ଗତ ରାତି ପ୍ରାୟ ୨ଟା ୫୦ରେ ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଯାଇଛି । ଲଗାଣ ବର୍ଷା ଯୋଗୁ ଅନୁଗୁଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ଫଳରେ ମାଲବାହୀ ଟ୍ରେନ୍‌ର ଇଞ୍ଜିନ୍ ସମେତ ୫ରୁ ଅଧିକ ବଗି ଟ୍ରାକ୍ରୁ ଖସି ଯାଇଥିବା ସୂଚନା ମିଳିଛି। ଯେଉଁଥିପାଇଁ ୧୨ଟି ଟ୍ରେନର ଚଳାଚଳ ବାତିଲ ହୋଇଥିବା ବେଳେ ୮ଟି ଟ୍ରେନ୍‌ର ଗତିପଥ ବଦଳିଥିବା ନେଇ ପୂର୍ବତଟ ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡିଛି। ଟ୍ରେନର ବଗି ଗୁଡ଼ିକ ଟ୍ରକ୍ ଉପରେ ପଡିଥିବାରୁ ଏହି ରୁଟ୍‌ରେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଘଟଣାସ୍ଥଳରେ ରେଳୱେର ବରିଷ୍ଠ ଅଧିକାରୀ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରୁଛନ୍ତି ଏବଂ ଏହି ରୁଟ୍ ଟ୍ରେନ୍ ଯାତ୍ରା ଆରମ୍ଭ କରିବା ପାଇଁ ମରାମତି କାର୍ଯ୍ୟ ଜାରି ରହିଛି।

Leave A Reply

Your email address will not be published.