ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେଉଁ ସ୍ବପ୍ନ ଦେଖିଲେ ମିଳିଥାଏ ଶୁଭ ସଙ୍କେତ…

ସ୍ବପ୍ନ ଶାସ୍ତ୍ର ଅନୁସାରେ ସ୍ବପ୍ନ ଭବିଷ୍ୟତର ସଙ୍କେତ ଦେଇଥାଏ। କିଛି ସ୍ବପ୍ନ ଶୁଭ ହୋଇଥିବା ବେଳେ ଆଉ କିଛିକୁ ଅଶୁଭ ବୋଲି ବିବେଚନା କରାଯାଏ। ତେବେ ସ୍ବପ୍ନର ଶୁଭ ସଙ୍କେତ ଗୁଡ଼ିକ ହେଲା…

  • ଗର୍ଭବତୀ ମହିଳା ଯଦି ସ୍ବପ୍ନରେ ସାପ ଦେଖନ୍ତି, ତା’ହେଲେ ପୁତ୍ର ପ୍ରାପ୍ତିର ସୌଭାଗ୍ୟ ପ୍ରାପ୍ତ ହୋଇଥାଏ।
  • ପୁରୁଷଙ୍କୁ ଲଣ୍ଡା ହେଉଥିବାର ଯଦି ସ୍ବପ୍ନରେ ଦେଖନ୍ତି ତା’ ହେଲେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଅର୍ଥପ୍ରାପ୍ତି ସୂଚନା ଦେଇଥାଏ।
  • ସ୍ୱପ୍ନରେ ପୂଜାପାଠ ହେଉଥିବାର ଦେଖିଲେ, ବିଭିନ୍ନ ଯୋଜନାରୁ ସୁଫଳ ମିଳିବାର ସମ୍ଭାବନା ଥାଏ।
  • ସ୍ୱପ୍ନରେ ପଗଡ଼ି ଦେଖିବା ଅର୍ଥ ମାନ ସମ୍ମାନ ବୃଦ୍ଧି ହୋଇଥାଏ।
  • ଗୋଟିଏ ଗାଈ କିମ୍ବା ବାଛୁରୀ ସ୍ୱପ୍ନରେ ଦେଖିଲେ, ଖୁବ୍‌ ଶୀଘ୍ର ଭଲ ଓ ଶୁଭ ଖବର ମିଳିଥାଏ।
  • ରଙ୍ଗିନ ଫୁଲ କିମ୍ବା ମନୋହର ପ୍ରାକୃତିକ ଦୃଶ୍ୟ ଦେଖିଲେ, ଏହା ଭାଗ୍ୟ ବୃଦ୍ଧିର ସଙ୍କେତ ଦେଇଥାଏ।
  • ସ୍ୱପ୍ନରେ ନିଜ ମୃତ୍ୟୁକୁ ଦେଖିବା ଅର୍ଥ ଗୁରୁତର ରୋଗରୁ ମୁକ୍ତି ପାଇବା।
  • ସ୍ୱପ୍ନରେ ଅର୍ଥ ମିଳୁଥିବାର ଦେଖିଲେ, କିଛି ଭଲ ଘଟଣା ଘଟିବାର ସଙ୍କେତ ଦେଇଥାଏ।
  • ସ୍ୱପ୍ନରେ କ୍ଷୀର ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହିପରି ସ୍ୱପ୍ନ ସୁଖ ଏବଂ ସମୃଦ୍ଧତା ବଢ଼ାଇଥାଏ ।
Leave A Reply

Your email address will not be published.