ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଇପିଏଫ୍‌ଓ ସଦସ୍ୟଙ୍କ ପାଇଁ ଖୁସି ଖବର, ୨୦୨୨-୨୩ ପାଇଁ ମିଳିବ ୮.୧୫ ପ୍ରତିଶତ ସୁଧ

ନୂଆଦିଲ୍ଲୀ : କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସଦସ୍ୟଙ୍କ ପାଇଁ ଭଲ ଖବର।କର୍ମଚାରୀଙ୍କୁ ଏବର୍ଷ ମିଳିବ ପିଏଫର ବର୍ଦ୍ଧିତ ସୁଧ। ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଇପିଏଫ ସୁଧ ହାର ୮.୧୫ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। କର୍ମଚାରୀ ଭବିଷ୍ୟନିଧି ସଂଗଠନ ବା ଇପିଏଫଓ ୨୦୨୨-୨୩ ପାଇଁ ଇପିଏଫ୍ ସୁଧ ୮.୧୫ ପ୍ରତିଶତ ପ୍ରସ୍ତାବକୁ ଅନୁମୋଦନ ପାଇଁ ଶ୍ରମ ମନ୍ତ୍ରାଳୟ, ଅର୍ଥ ମନ୍ତ୍ରାଳୟକୁ ପଠାଇଦେଇଛି। ଏହା ଉପରେ ମୋହର ବାଜିଲେ, କର୍ମଚାରୀଙ୍କୁ ଚଳିତବର୍ଷରୁ ବର୍ଦ୍ଧିତ ହାରରେ ଇପିଏଏଫ୍ ସୁଧ ମିଳିବ। କର୍ମଚାରୀଙ୍କ ଇପିଏଫ୍ ସୁଧ ବୃଦ୍ଧି ପ୍ରସଙ୍ଗରେ ନିଷ୍ପତି ପାଇଁ ଗତକାଲିଠାରୁ ବୈଠକ ବସିଥିଲା। ଆଜି ବୈଠକ ଶେଷ ହୋଇଥିବା ବେଳେ କର୍ମଚାରୀଙ୍କ ପାଇଁ ବଡ ନିଷ୍ପତ୍ତି ହୋଇଛି।

ମାର୍ଚ୍ଚ ୨୦୨୨ ରେ, ଇପିଏଫ୍‌ଓ ​​୨୦୨୧-୨୨ ପାଇଁ EPF ଉପରେ ସୁଧ ହାରକୁ ହ୍ରାସ କରି ଚାରି ଦଶନ୍ଧିର ସର୍ବନିମ୍ନ  ୮.୧ ପ୍ରତିଶତକୁ ହ୍ରାସ କରିଥିଲା। ଯାହାକି ବିଗତ ୪୪ ବର୍ଷରେ ସର୍ବନିମ୍ନ ରହିଥିଲା। ୨୦୨୦-୨୧ ରେ ଏହା ୮.୫ ପ୍ରତିଶତ ଥିଲା ।୧୯୭୭ -୭୮ ପରଠାରୁ ଏହା ସର୍ବନିମ୍ନ ଥିଲା, ଯେତେବେଳେ ଇପିଏଫ୍ ସୁଧ ହାର ୮ ପ୍ରତିଶତ ଥିଲା। ସେହିପରି ୨୦୧୮-୧୯ରେ ୮.୬୫%, ୨୦୧୭-୧୮ରେ ୮.୫୫%, ୨୦୧୬-୧୭ରେ ୮.୬୫% ରହିଥିଲା । ସୂଚନା ଅନୁଯାୟୀ, ଇପିଏଫ୍‌ଓ ପିଏଫ୍ ଆକାଉଣ୍ଟ ହୋଲ୍ଡରଙ୍କ ଜମା ରାଶିକୁ ବିଭିନ୍ନ ସ୍ଥାନରେ ନିବେଶ କରିଥାଏ । ଏହି ନିବେଶରେ ହେଉଥିବା ଆୟର ୧ ପ୍ରତିଶତ ଟଙ୍କା ସୁଧ ଆକାରରେ ଖାତାଧାରୀ ମାନଙ୍କୁ ମିଳିଥାଏ ।

Leave A Reply

Your email address will not be published.