ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର: ଚନ୍ଦକା ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ସଫାରୀ ବସ୍

ଭୁବନେଶ୍ୱର: ପର୍ଯ୍ଯଟକଙ୍କ ପାଇଁ ଖୁସି ଖବର । ଚନ୍ଦକା ଡମପଡ଼ା ଅଭୟାରଣ୍ୟ ଓ ଡେରାସ ଡ୍ୟାମରେ ଆରମ୍ଭ ହେବ ଶୀତତାପ ନିୟନ୍ତ୍ରିତ ସଫାରୀ ବସ୍ । ପ୍ରଥମ ପର୍ଯ୍ଯାୟରେ ୪ଟି ବସ ଚାଲିବାକୁ ଥିବା ବେଳେ ପ୍ରତି ବସରେ ୧୨ ଜଣ ପର୍ଯ୍ଯଟକ ବସିବାର ବ୍ୟବସ୍ଥା ରହିବ । ଆସନ୍ତା ୮ତାରିଖରେ ବସ ସେବା ଆରମ୍ଭ କରିବାକୁ ଯୋଜନା ରଖିଛି ବନବିଭାଗ । ସେପେଟେ ଏହି ସଫାରୀ ବସ ସେବା ଆରମ୍ଭ ହେବା ଦ୍ୱାରା ପର୍ଯ୍ଯଟକ ଝଲରା, ଆମ୍ବିଲୋ ୱାଚ ଟାୱାର, କୁମାର ଖୁଣ୍ଟି ଆଦି ଅଞ୍ଚଳ ଭ୍ରମଣ କରିପାରିବେ । ପ୍ରାୟ ୩ ଘଣ୍ଟା ଧରି ପର୍ଯ୍ଯଟକ ବୁଲାବୁଲି କରିପାରିବା ସହ ପ୍ରାକୃତିକ ପରିବେଶ ଏବଂ ଅଭୟାରଣ୍ୟରେ ଥିବା ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇପାରିବେ ।

Leave A Reply

Your email address will not be published.