ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁନା ଦୋକାନୀଙ୍କ ଡବଲ୍ ଲାଭ : ବିନା ବିଲ୍‌ରେ କିଣା , ବିକ୍ରିବେଳେ ଜିଏସ୍‌ଟି

ଭୁବନେଶ୍ବର : ସୁନାଗହଣା ଦୋକାନୀଙ୍କ ଡବଲ୍ ଲାଭ। କିଣିବା ବେଳକୁ ବିନା ବିଲ୍‌ରେ କିଣୁଛନ୍ତି କିନ୍ତୁ ଜିଏସ୍‌ଟି ଦେଉନାହାନ୍ତି। କିନ୍ତୁ ଯେତେବେଳେ ବିକୁଛନ୍ତି ସେତେବେଳେ ଗ୍ରାହକ ଉପରେ ଜିଏସ୍‌ଟି କଷିଦେଉଛନ୍ତି। ଜିଏସ୍‌ଟି ବାବଦକୁ ରାଜକୋଷରୁ ଆଦାୟ ହେଉଥିବା କୋଟି କୋଟି ଟଙ୍କା କିନ୍ତୁ ସରକାରୀ ରାଜକୋଷକୁ ଯାଉନି । ଏମିତି ବାରମ୍ବାର ଅଭିଯୋଗ ଆସିବା ପରେ ରାଜ୍ୟ ଜିଏସ୍‌ଟିର ଏନ୍‌ଫୋର୍ସ ଟିମ୍ ୧୨ଟି ସହରର ୧୮ଟି ସ୍ଥାନରେ ଚଢ଼ଉ କରିଛି। ଏକକାଳୀନ ଚାଲିଥିବା ଏହି ଚଢ଼ଉରେ ୧୨୦ ଅଧିକାରୀ ସାମିଲ ହୋଇଛନ୍ତି।

କଟକ, ଭବନେଶ୍ବର, ବ୍ରହ୍ମପୁର, ବରଗଡ଼, ସମ୍ବଲପୁର ଅଦି ୧୨ଟି ସହରର ୧୮ଟି ଜାଗାରେ ଏହି ଚଢଉ କରାଯାଇଥିବା ଜଣାପଡ଼ିଛି। ରାଜଧାନୀ ଭୁବନେଶ୍ବରର ଗୋଟିଏ ସଂସ୍ଥାର ୪ଟି ସୁନା ଦୋକାନରେ ଚଢାଉ ଚାଲିଛି। ଏମ୍ଏସ୍ ତ୍ରିଜଲ ଏଣ୍ଟରପ୍ରାଇଜେସ୍ ଏବଂ ଭବାନୀ ମଲରେ ଚଢଉ କରାଯାଉଛି। ସେହିଭଳି ରାଉରକେଲାର ସେକ୍ଟର ୨୦ ପାର୍ବତୀ ଅଳଙ୍କାର ଶ୍ରୀରାମ ଜୁଏଲର୍ସ, ସମ୍ବଲପୁରର ମୁଁନ୍ଦରା ଜୁଏଲର୍ସ, ବରଗଡ଼ ହରିଓମ୍ ଜୁଏଲାର୍ସ ବ୍ରହ୍ମପୁର । ସାନବଜାର ଶିବାନୀ ଜୁଏଲାରୀ, ରାୟଗଡ଼ା ସାନଗୋଲ ଜୁଏଲାର୍ସ ବାରିପଦାର ଗୋପାଳ ଜୁଏଲାରୀ, ନୂଆପଡ଼ାର ରାମଚନ୍ଦ୍ର ଜୁଏଲାର୍ସ, ଗୋବିନ୍ଦ ଜୁଏଲାରୀ, ସୋନପୁର ମା ବଗଲା ଜୁଏଲାରୀ, କଟକ ଲିଲି ଜୁଏଲାରୀ ଏବଂ ପଟ୍ଟମୁଣ୍ଡାର ଲକ୍ଷ୍ମୀ ଅଳଙ୍କାର ଦୋକାନରେ ଚଢଉ କରାଯାଇଛି।

ସୁନାଗହଣା ଦୋକାନୀ ମାନେ ଅଭିନବ ଉପାୟରେ ଜିଏସଟି ଫାଙ୍କି ଚାଲିଛନ୍ତି। ବିଶେଷକରି ଜିଏସଟି ଦେୟ ବିନା ଏହି ଦୋକାନୀ ମାନେ ସୁନାଗହଣା କ୍ରୟ କରୁଥିବା ବେଳେ ଗ୍ରାହକଙ୍କ ନିକଟରୁ କିନ୍ତୁ ଜିଏସଟି ଆଦାୟ କରୁଥିବାର ଜଣାପଡ଼ିଛି। ଏହି ବାବଦରେ ଉପରୋକ୍ତ ପ୍ରତିଷ୍ଠାନ ଗୁଡିକ କୋଟି କୋଟି ଟଙ୍କା ଟିକସ ଫାଙ୍କୁ ଥିବା ଜଣାପଡ଼ିଛି। ତେବେ ଏସମ୍ପର୍କରେ ରାଜ୍ୟ ଜିଏସଟି ( ଏନଫୋର୍ସମେଣ୍ଟ ) ର ସ୍ଵତନ୍ତ୍ର ଆୟୁକ୍ତ ମାନଭଞ୍ଜନ ଆଚାର୍ଯ୍ୟଙ୍କୁ ପଚାରିବାରେ ସେ କହିଥିଲେ ଦୀର୍ଘ ଦିନ ହେବ ଏଭଳି ଅଭିଯୋଗ ସେମାନଙ୍କ ହସ୍ତଗତ ହୋଇଥିଲା। ଏହାର ତର୍ଜମା କରିବା ପରେ ଜଣାପଡ଼ିଥିଲା ଯେ ସୁନାଗହଣା କିଣୁଥିବା ଗ୍ରାହକ ମାନଙ୍କୁ ଏଷ୍ଟିମେଟେଡ ସ୍କ୍ରିପ ଧରାଇ ସେଥ୍‌ରେ ଜିଏସଟି ସହିତ ଟଙ୍କା ଅସୁଲ କରାଯାଉଥିଲା।

କିନ୍ତୁ ଏହି ଜିଏସଟି ବାବଦ ଟଙ୍କା ଜିଏସଟି ରାଜକୋଷକୁ ଯାଉନଥିଲା। ସେହିପରି ନିର୍ଦ୍ଦିଷ୍ଟ କେତେକ ସୁନାଗହଣା ଦୋକାନୀ ବିନା ଜିଏସଟି ବିଲ୍‌ରେ ସୁନା କ୍ରୟ କରୁଥିବା ସ୍ପଷ୍ଟ ହୋଇଥିଲା। ଅନ୍ୟପଟରେ କିନ୍ତୁ ସେମାନେ ବେଆଇନ ଭାବେ ଗ୍ରାହକଙ୍କ ଠାରୁ ଜିଏସଟି ଆଦାୟ କରୁଥିଲେ। ଏପରିକି କେତେକ ଦୋକାନୀ ହ୍ୟାଣ୍ଡ ରସିଦ ମାଧ୍ୟମରେ ବି ଜିଏସଟି ବାଦ ଅର୍ଥ ପ୍ରତ୍ୟେକ କ୍ରୟ ଉପରେ ନେଉଥିଲେ। ଆଉ କେତେକ ଗ୍ରାହକଙ୍କୁ ବି ବିନା ଜିଏସଟିରେ ଏହି ସୁନାଗହଣା ବିକ୍ରି କରୁଥିବା ଜଣାପଡ଼ିଛି। ଏଭଳି ଅଭିଯୋଗ ହସ୍ତଗତ ହେବା ପରେ ଏନଫୋର୍ସମେଣ୍ଟ ବିଭାଗ ପକ୍ଷରୁ ଉପରୋକ୍ତ ସ୍ଥାନ ମାନଙ୍କରେ ଚଢଉ କରାଯାଇଥିବାର କହିଛନ୍ତି ଶ୍ରୀ ଆଚାର୍ଯ୍ୟ ।

ଏଥିସହିତ ପଢ଼ନ୍ତୁ

ବିଶେଷକରି ଅଭିଯୋଗ ଆସିଥିବା କ୍ଷେତ୍ରରେ ସୁନାଗହଣା ଦୋକାନ ଗୁଡିକର ଷ୍ଟକକୁ ଯାଞ୍ଚ କରାଯାଇଥିବା କୁହାଯାଉଛି । ସେହିସବୁ ପ୍ରତିଷ୍ଠାନର ବିକ୍ରି ରେଜିଷ୍ଟରରେ କେତେ ସୁନା ଷ୍ଟକ ଥିବା ଦର୍ଶାଯାଇଛି ଆଉ ବାସ୍ତବରେ କେତେ ଅଧିକ ଷ୍ଟକ ରହିଛି ତାହାକୁ ଜିଏସଟି ବିଭାଗର ଅଧିକାରୀ ମାନେ ଯାଞ୍ଚ କରୁଥିବାର ଜଣାପଡ଼ିଛି। ସେହିପରି ବିନା ବିଲ୍‌ରେ ସୁନାଦୋକାନୀ ମାନଙ୍କୁ କିଏ ଅଥବା କେଉଁ ସଂସ୍ଥା ସୁନାଗହଣା ଯୋଗାଉଛି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହୋଇଥିବାର ଜଣାପଡ଼ିଛି।

କଟକ ଓ ଭୁବନେଶ୍ଵରରେ ଏହି କାରବାର ସର୍ବାଧିକ ହେଉଥିବା କୁହାଯାଉଛି। ଏପରିକି କେତେକ ପ୍ରତିଷ୍ଠିତ ସୁନାଗହଣା ଦୋକାନ ବି ଜିଏସଟି ଠକୁଥିବାର ଅଭିଯୋଗ ହେଉଛି। ଜିଏସଟି ଟିମ୍ ପ୍ରଥମେ କେତେକ ସହରାଞ୍ଚଳରୁ ଆସିଥିବା ଅଭିଯୋଗ ଅଧାରରେ ଆଜି ଚଢଉ କରିଥିବା ବେଳେ ପରବର୍ତୀ ସମୟରେ ଠକେଇ ସମ୍ପର୍କରେ ଅଧିକ ଖୋଳତାଡ କରାଯିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.