ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ରାହକ ବେଶରେ ଆସି ଜୁଏଲାରୀରୁ ସୁନା ହାର ଲୁଟି ନେଲେ ଦୁର୍ବୃତ୍ତ, ସିସିଟିଭିରେ କଏଦ ହେଲା ସମ୍ପୂର୍ଣ୍ଣ ଭିଡିଓ

ସୋର: ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ବଡ଼ଖୁରି ଛକରେ ଥିବା ଜଗଦ୍ଧାତ୍ରୀ ଜୁଏଲାରୀରୁ ସୁନା ଅଳଙ୍କାର ଲୁଟ୍ ହୋଇଛି । ଗ୍ରାହକ ବେଶରେ ଆସି ଗହଣା ଦୋକାନରୁ ୧୪ ଗ୍ରାମର ସୁନା ହାର ଲୁଟି ନେଇ ଯାଇଛନ୍ତି ଦୁର୍ବୃତ୍ତ । ଲୁଟ୍ ବେଳର ସମ୍ପୂର୍ଣ୍ଣ ଭିଡିଓ ସିସିଟିଭିରେ କଏଦ ହୋଇଛି । ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ କରୁଛି ।

ଗ୍ରାହକ ବେଶରେ ଆସିଥିବା ଦୁର୍ବୃତ୍ତ ଏକ ୧୪ ଗ୍ରାମ୍ ଓଜନର ସୁନା ହାର ଦେଖୁଥିଲେ । ଅନ୍ୟ ଗ୍ରାହକ ଆସିବାରୁ ଗହଣା ଦୋକାନର ମାଲିକ ଅନ୍ୟ ଗ୍ରାହକଙ୍କୁ ଅଳଙ୍କାର ଦେଖାଉଥିଳେ। ଏହାର ସୁଯୋଗ ନେଇ ଦୁର୍ବୃତ୍ତ ଜଣଙ୍କ ହାର ନେଇ ଚମ୍ପଟ ମାରିଛନ୍ତି । ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଏନେଇ ଗହଣା ଦୋକାନର ମାଲିକ ଟୁନୁ ସାହୁ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଛାନଭିନ୍ କରୁଛି ।

Leave A Reply

Your email address will not be published.