ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନ ଦ୍ବିପ୍ରହରରେ ଲୁଟ୍: ଶିକ୍ଷୟତ୍ରୀଙ୍କ ବେକରୁ ଅଢେଇ ଲକ୍ଷ ଟଙ୍କାର ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ

କପ୍ତିପଦା:  ଆଜି ବୁଧବାର ସକାଳ ୧୦ କଟିକା ସମୟରେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ଜଡ଼ିଦାର ସସ୍କୁତ ଶିକ୍ଷୟତ୍ରୀ ମିତାରାଣୀ ପରିଡା ଓ ହିଦୀ ଶିକ୍ଷୟତ୍ରୀ ସାବିତ୍ରୀ ଶତପଥୀ ଗୋଟିଏ ସ୍କୁଟି ଗାଡ଼ିରେ ସ୍କଲୁ ଆଭିମୁଖେ ଯାଉଥିବା ସମୟରେ ସ୍କୁଲ ଗେଟର ଅନତି ଦୂୃରରେ ଦୁଇ ଜଣ ଦୁର୍ବୃତ୍ତ ସେମାନଙ୍କୁ ଅକ୍ରମଣ କରିଥିଲେ । ଅନ୍ୟ ଜଣେ ଗାଡ଼ିରେ ଅପେକ୍ଷା କରିଥିଲା । ହଠାତ୍ ଏହିଭଲି ଆକ୍ରମଣ ପାଇଁ ଶିକ୍ଷୟତ୍ରୀ ଦୁଇଜଣ ପ୍ରସ୍ତୁତ ନ ଥିବା ବେଳେ କିଛି ସମୟ ଧସ୍ତା ଧସ୍ତି ହୋଇଥିଲା । ତେବେ ଦୁର୍ବୃତ୍ତ ଉଭୟ ଶିକ୍ଷୟତ୍ରୀଙ୍କ ବେକରୁ ସୁନାଚେନ ଛିଡାଇ ନେଇଥିଲେ।  ଜାହାର ଆନୁମାନିକ ମୃଲ୍ୟ ଅଢେଇ ଲକ୍ଷ ଟଙ୍କା ହେବବୋଲି ଅନୁମାନ କରା ଯାଉଛି।

ଖବର ପାଇ, କପ୍ତିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କପ୍ତିପଦା ଅଞ୍ଚଳରେ ଦିନକୁ ଦିନ ଛିନ୍ତାଇ ଭଲି ଘଟଣା ବାରମ୍ବାର ହେଉଥିଲେ ମଧ୍ୟ ଲୁଟେରାକୁ ଧରିବାରେ କପ୍ତିପଦା ପୁଲିସ ବିଫଳ ହେଉଛି। ପୁଲିସକୁ ଖଲା ଚାଲେଞ୍ଜ ଦେଉଛି ଲୁଟେରା ।

Leave A Reply

Your email address will not be published.