ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୮ ଦିନ ପୁରିବାକୁ ଯାଉଛି ଦୀପିକାଙ୍କ ଧାରଣା: ଆସନ୍ତାକାଲି ଦିନେଶଙ୍କ ଜାମିନ ବାତିଲ୍‌ ପାଇଁ ହାଇକୋର୍ଟରେ ଶୁଣାଣି

ପରିବାର ଲୋକଙ୍କ ନାମରେ ପୁଣି ଏତଲା ଦେଲେ ଦୀପିକା

ବ୍ରହ୍ମପୁର: ସ୍ତ୍ରୀର ହକ୍‌ ସହ ଛୁଆକୁ ବାପାର ପରିଚୟ ଦେବା ପାଇଁ ଦୀର୍ଘ ଦିନ ଧରି ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସାହିରେ ପ୍ରେମିକ ଦିନେଶଙ୍କ ଘର ସମ୍ମୁଖରେ ଧାରଣାରେ ବସିଥିବା ଦୀପିକାଙ୍କ ମାମଲା ଦିନକୁ ଦିନ ଜଟିଳ ହେଉଛି । ଆସନ୍ତାକାଲି ହାଇକୋର୍ଟରେ ଦିନେଶଙ୍କ ଜାମିନ କ୍ୟାନ୍‌ସଲ୍‌ର ଶୁଣାଣି ରହିଥିବା ଦୀପିକାଙ୍କ ଓକିଲ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପଟେ ଦୀପିକା ବଡବଜାର ଥାନାରେ ତାଙ୍କ ପ୍ରେମିକଙ୍କ ପରିବାର ଲୋକ ଦୁର୍ବ୍ୟବହାର କରୁଥିବା ନେଇ ଅଭିଯୋଗ କରିଛନ୍ତି । ୨୮ ଦିନର ଧାରଣା ମଧ୍ୟରେ ବଡବଜାର ଥାନାରେ ଉଭୟ ପକ୍ଷରୁ ୧୦ଟି ମାମଲା ରୁଜୁ ହୋଇ ସାରିଲାଣି । କିନ୍ତୁ କୌଣସି ସମାଧାନର ବାଟ ବାହାରୁନାହିଁ । ଏଣେ କେନ୍ଦ୍ରୀୟ ମାନବାଧିକାର ଏନେଇ ସୁବ୍ରତକୁମାର ଦାସ ନାମକ ବ୍ୟକ୍ତିଙ୍କ ଆବେଦନ ଭିତ୍ତିରେ ବ୍ରହ୍ମପୁର ଏସ୍‌ପିଙ୍କୁ ଏକ ଚିଠି କରିଛନ୍ତି । ଏହି ଘଟଣାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହାର ସୂଚନା କମିଶନଙ୍କ ସମେତ ସୁବ୍ରତକୁମାର ଦାସ ଓ ପିଡିତାଙ୍କୁ ଦେବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କମିଶନ । ଏପଟେ ଦୀପିକାଙ୍କ ସହ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସୁଛନ୍ତି । ସହରର ବିଭିନ୍ନ ସଙ୍ଗଠନ ଧିରେ ଧିରେ ଦୀପିକାଙ୍କୁ ସହଯୋଗ କରୁଛନ୍ତି । ଆସନ୍ତାକାଲି ଦୀପିକାଙ୍କ ଓକିଲ ଦୀପକ ପଟ୍ଟନାୟକ ଦିନେଶଙ୍କ ଜାମିନ ବାତିଲ୍‌ କରିବା ପାଇଁ ହାଇକୋର୍ଟରେ ହାଜର ହେବେ ।

ସୂଚନାଯୋଗ୍ୟ ଯେ, ଦୀପିକା ଏବଂ ଦିନେଶଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହେବା ପରେ ଦୀପିକା ଗର୍ଭବତୀ ହୋଇଥିଲେ । ଏହା ଜାଣିବା ପରେ ଦୀପିକାଙ୍କୁ ଦିନେଶ ଗ୍ରହଣ କରିବାକୁ ରାଜି ହୋଇନଥିଲେ । ଏନେଇ ଦୀପିକା ଦେଢ ବର୍ଷ ପୂର୍ବେ ଟାଉନ୍‌ଥାନାରେ ଏତଲା ଦେଇଥିଲେ । ଦୀପିକାଙ୍କ ଏତଲାକ୍ରମେ ଦିନେଶଙ୍କୁ ପୁଲିସ ଗିରଫ କରିଥିଲା । ୪ ମାସ ପରେ ସେ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ପାଇଥିଲେ । ସେହି ସମୟରେ ହାଇକୋର୍ଟ ଦିନେଶଙ୍କୁ ପ୍ରତି ସପ୍ତାହର ସୋମବାର ଦିନ ଥାନାରେ ହାଜର ହେବା ପାଇଁ କହିବା ସହ ଗଣ୍ଡଗୋଳ ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଦିନେଶ ହାଇକୋର୍ଟଙ୍କ କୌଣସି ନିର୍ଦ୍ଦେଶର ଅବମାନନା କରିଥିଲେ । ଦୀପିକାଙ୍କ ପେଟ୍‌ ସପ୍‌କୁ ଯାଇ ଗଣ୍ଡଗୋଳ ମଧ୍ୟ କରିଥିଲେ । ଏହାକୁ ନେଇ ଦୀପିକା ତାଙ୍କ ଓକିଲଙ୍କ ଜରିଆରେ ହାଇକୋର୍ଟରେ କୋର୍ଟଙ୍କ ଆଦେଶ ଅବମାନନା ଓ ଜାମିନ୍‌ ବାତିଲ୍‌ ପାଇଁ ପିଟିସନ୍‌ ଦାଖଲ କରିଥିଲେ । ସେଥିରେ ଦିନେଶଙ୍କ ଦୀପିକାଙ୍କ ଦୋକାନରେ ଗଣ୍ଡଗୋଳ କରିବାର ସିସିଟିଭି ଫୁଟେଜ୍‌ ଏବଂ ଥାନାରେ ପ୍ରତି ସୋମବାର ଦିନ ହାଜର ନ ହେବାର ଥାନାର ଆରଟିଆଇ ରିପୋର୍ଟ ସହ କୋର୍ଟରେ କାଗଜପତ୍ର ସହ ଦାଖଲ କରିଥିଲେ । ଏହି ମାମଲାର ଶୁଣାଣି ଆସନ୍ତାକାଲି ରହିଥିବା ଆଇନଜୀବୀ ଦୀପକ ପଟ୍ଟନାୟକ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.