ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାଲୁ ଆକ୍ରମଣରେ ଛେଳି ଚରାଳି ଗୁରୁତର

ତେଲକୋଇ: କେନ୍ଦୁଝର ଜିଲ୍ଲାର ତେଲକୋଇ ବନାଞ୍ଚଳରେ ଜଣେ ଛେଳି ଚରାଳିଙ୍କୁ ଭାଲୁ ଆକ୍ରମଣ କରିଥିବା ଜଣାପଡ଼ିଛି। ଉକ୍ତ ଛେଳି ଚରାଳିଙ୍କୁ ଭାଲୁ କାମୁଡି ଦେବାରୁ ତାଙ୍କ ଅବସ୍ଥା ଗୁରୁତର ହୋଇଛି। ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି

ସୂଚନା ଅନୁଯାୟୀ, ତେଲକୋଇ ରେଞ୍ଜର କାଳିଆହତା ସାରୁପାଟ ଗ୍ରାମର ତିନିଜଣ ଲୋକ ନିକଟସ୍ଥ ଭାଲୁଘରା ହୁଡ଼ିକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ଏକ ମାଆ ଭାଲୁ ଟି ଛୁଆ ଭାଲୁ ଛେଳି ଚରାଉଥିବା ଡେମକା ମୁଣ୍ଡା(୪୫) ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ। କୌଣସି ପ୍ରକାରରେ ଭାଲୁ କବଳରୁ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ତେଲକୋଇ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply

Your email address will not be published.