ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୁର୍ଘଟଣା ରୋକିବ ଚଷମା

ଆମ ଦେଶର ଛାତ୍ରଛାତ୍ରୀଙ୍କ ପାଖରେ ଦକ୍ଷତାର ଅଭାବ ନାହିଁ। ଏହି ଦକ୍ଷତା ବଳରେ ସେମାନେ ଆଧୁନିକ ଜ୍ଞାନ କୌଶଳ ବ୍ୟବହାର କରି ନୂତନ ଜିନିଷ ଉଦ୍ଭାବନ କରୁଛନ୍ତି, ଯାହା ମାନବ କଲ୍ୟାଣ ଦିଗରେ ବ୍ୟବହୃତ ହେଉଛି। ଏହିକ୍ରମରେ ଉତ୍ତରପ୍ରଦେଶର ମିରଠସ୍ଥିତ ଆଇଆଇଟିର ଜଣେ ଛାତ୍ର ଏପରି ଏକ ଉପକରଣ ତିଆରି କରିଛନ୍ତି, ଯାହା ଗାଡ଼ିଚାଳକଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ଆଇଟିଆଇ ଛାତ୍ର ସଚିନ କୁମାର ଗାଡ଼ିଚାଳକଙ୍କ ପାଇଁ ଏକ ଅଦ୍ଭୁତ ପ୍ରକାର ଚଷମା ତିଆରି କରିଛନ୍ତି। ଏହି ଚଷମାକୁ ପିନ୍ଧି, ଯଦି ଡ୍ରାଇଭର୍ ଗାଡ଼ି ଚଳାଇବା ସମୟରେ ଶୋଇପଡ଼ନ୍ତି, ତେବେ ଏହା ତାଙ୍କ କାନରେ ତୁରନ୍ତ ଆଲାରାମ୍ ବଜାଇ ଦେବ। ଆଲାରାମ୍ ଶବ୍ଦ ଶୁଣି ଗାଡ଼ି ଡ୍ରାଇଭରଙ୍କ ନିଦ ଭାଙ୍ଗିଯିବା ସହ ସେ ଗାଡିଚାଳନା ଉପରେ ଧ୍ୟାନଦେବେ। ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ସେ ଏହି ଚଷମା ତିଆରି କରିଛନ୍ତି। ଏଥରେ ନାନୋ ଡିଭାଇସ୍ କୋର୍ଡିଂ କରାଯାଇଛି।

ଏହା ସହିତ ଏଥିରେ, ଏକ ଉନ୍ନତ ମାଇକ୍ରୋ କଣ୍ଟ୍ରୋଲର୍, ସେନ୍‌ସର୍‌ ବ୍ୟାଟେରି ଏବଂ ଆଲାରାମ୍ ଯନ୍ତ୍ର ବ୍ୟବହୃତ ହୋଇଛି। ଚଷମାଟିକୁ ଏପରି ଭାବରେ ଡିଜାଇନ୍ କରାଯାଇଛି ଯେ, ଯଦି ଡ୍ରାଇଭର ଗାଡ଼ି ଚଳାଇବା ସମୟରେ ତାଙ୍କ ଆଖି ଲାଗିଯାଏ, ତେବେ ତୁରନ୍ତ ଚଷମାରେ ଖଞ୍ଜା ଯାଇଥିବା ସେନ୍ସର୍ ସକ୍ରିୟ ହୋଇଉଠେ ଏବଂ ଡ୍ରାଇଭର କାନରେ ଏକ ଲମ୍ବା ଶବ୍ଦ ଶୁଣାଏ, ଯେଉଁ କାରଣରୁ ଡ୍ରାଇଭର ନିଦ ଭାଙ୍ଗିଯାଏ। କିଛି ମାସ ପୂର୍ବରୁ ଏକ ଦୁର୍ଘଟଣା ବିଷୟରେ ଶୁଣିବା ପରେ ସଚିନ କୁମାର ଏପରି ଏକ ଚଷମା ତିଆରି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଡ୍ରାଇଭର ଜଣକ ଗାଡି ଚାଳନା ସମୟରେ ଶୋଇପଡ଼ିବା କାରଣରୁ ଏହି ଦୁର୍ଘଟଣା ହୋଇଥିଲା। ସଚିନ କୁମାରଙ୍କ ଦ୍ବାରା ପ୍ରସ୍ତୁତ ଏହି ଚଷମା ବାସ୍ତବରେ ଭାରତରେ ଘଟୁଥିବା ଦୁର୍ଘଟଣାକୁ ରୋକିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।

Leave A Reply

Your email address will not be published.