ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୁବନେଶ୍ୱର ପରେ ଏବେ କେନ୍ଦ୍ରାପଡାରେ; ପ୍ରେମିକ ପାଇଁ ୧୫ ଲକ୍ଷର ଅଳଙ୍କାର ଚୋରି କଲେ ପ୍ରେମିକା

କେନ୍ଦ୍ରାପଡା: ପ୍ରେମ ପାଇଁ କିଛି ବି କରିବାକୁ ପ୍ରସ୍ତୁତ ହେଇଯାଉଛନ୍ତି ପ୍ରେମିକା । ଏମିତିକି କେତେବେଳେ ଚୋରି କରୁଛନ୍ତି ତ ଆଉ କେତେବେଳେ ପ୍ରେମ ପାଇଁ ଜୀବନ ଦେଇଦେଉଛନ୍ତି । ଗତ ସପ୍ତାହରେ ତମାଣ୍ଡୋ ଥାନା ଅଧିନ ଏକ ନିର୍ଦିଷ୍ଟ ବୈଷୟିକ ମହାବିଦ୍ୟାଳୟରେ କାର୍ଯ୍ୟରତ ଆକାଉଣ୍ଟ ସହାୟିକାଭାବେ କାର୍ଯ୍ୟରତ ପାୟଲ ମହାପାତ୍ର ତାଙ୍କ ବିହାରୀ ପ୍ରେମିକଙ୍କ ପାଇଁ କଲେଜରୁ ୯୭ ଲକ୍ଷ ଟଙ୍କା ହେରଫେର କରିଥିଲେ । ପରେ ସମସ୍ତ ହେରଫେର ଟଙ୍କାକୁ ତାଙ୍କ ପ୍ରେମିକଙ୍କୁ ଦେଇଥିଲେ। ଏହି ଘଟଣା ଜଣାପଡ଼ିବା ପରେ ସାରା ରାଜ୍ୟରେ ଖବରକୁ ନେଇ ଚର୍ଚ୍ଚା ହୋଇଥିଲା । ସେହିଭଳି ସମାନ ଢଙ୍ଗରେ ଭୁବନେଶ୍ୱର ତମାଣ୍ଡ ପରେ କେନ୍ଦ୍ରାପଡା ପାଟକୁରା ଅଞ୍ଚଳରେ ଘଟିଛି । ଏଠି ପ୍ରେମିକା ତାଙ୍କ ପଡୋଶୀ ଘରେ କେହି ନଥିବାର ସୁଯୋଗ ନେଇ ୧୫ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରି ପ୍ରେମିକଙ୍କୁ ଦେଇଥିବା ନେଇ ପାଟକୁରା ଥାନାରେ ଅଭିଯୋଗ ହୋଇଛି ।

ଅଭିଯୋଗ ମୁତାବକ, ପାଟକୁରା ଥାନା ଯଦୁପୁର ଅଞ୍ଚଳର ସୁଶାନ୍ତ କୁମାର ମଲ୍ଲଙ୍କ ପରିବାର ସହ ଏହିଭଳି ଘଟିଛି । ପଦ୍ମପୁର ପାଟକୁରା ଅଞ୍ଚଳର କୁନିଲତା ସାମଲ ଏବଂ ତାଙ୍କ ପରିବାର ସୁଶାନ୍ତଙ୍କ ପଡୋଶୀ ହୋଇ ରହୁଛନ୍ତି । ଏହି ଦୁଇ ପରିବାର ମଧ୍ୟରେ ଉତ୍ତମ ସମ୍ପର୍କ ରହିଛି । ପ୍ରେମିକା କୁନିଲତା ନିୟମିତ ବ୍ୟବଧାନରେ ପଡୋଶୀ ସୁଶାନ୍ତଙ୍କ ଘରକୁ ଯିବାଆସିବା କରନ୍ତି । ଏମିତିକି ଝିଅ ଭଳି ଖାଇବା ରହିବା ମଧ୍ୟ ପଡୋଶୀଙ୍କ ଘରେ କରିଥାନ୍ତି । ଏମିତିକି ଉଭୟ ପରିବାର ମଧ୍ୟରେ କୁନିଲତା ବିଶ୍ୱାସ ସୃଷ୍ଟି କରିଥିଲେ ।ସୁଶାନ୍ତଙ୍କ ଘରେ କେହି ନଥିବାର ସୁଯୋଗ ନେଇ କୁନିଲତା ଗଡ଼ରେଜ ଚାବି ଠାବ କରି ୪ଟି ସୁନା ହାର, ୩ଟି ସୁନା ଚେନ, ୩ ହଳ ସୁନା କାନଫୁଲ ଏହିଭଳି ଅନ୍ୟାନ୍ୟ ଅଳଙ୍କାର ସବୁ ଯାହାର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ହେବ କୌଶଳ କ୍ରମେ ଚୋରାଇ ନେଇଥିଲେ । ଏନେଇ ପରିବାର ପକ୍ଷରୁ ଖୋଜଖବର ପରେ ପଚରାଉଚରା ପରେ କୁନିଲତା ସମସ୍ତ ଜିନିଷ ନେଇଥିବା ମାନିଥିଲେ । ଆଉ ଚୋରି କରି ନେଇଥିବା ସମସ୍ତ ଗହଣା ସେ ଭଲ ପାଉଥିବା ତାଳସଙ୍ଗାର ନରେଶ ଦାସଙ୍କୁ ଦେଇଥିବା ସ୍ୱୀକାର କରିଥିଲେ । ଏହାପରେ ନରେଶ ମାର୍ଶାଘାଇ ଜୟଚନ୍ଦ୍ରପୁରର ରାକେଶ ବଲବନ୍ତରାଏଙ୍କୁ ବିକ୍ରି କରିଥିବା ମାନିଥିଲେ । ସୁଶାନ୍ତଙ୍କ ପରିବାର ପକ୍ଷରୁ ସ୍ଥାନୀୟ ସରପଞ୍ଚ ଏବଂ ଭଦ୍ର ଲୋକଙ୍କ ମାଧ୍ୟମରରେ ଗହଣା ସବୁ ଫେରାଇବାକୁ ଏକ ପଞ୍ଚାୟତି ପତ୍ର ପ୍ରସ୍ତୁତ ହୋଇଥିଲା ।

ତେବେ ଗହଣା ଫେରାଇବାର ନିର୍ଦ୍ଧାରିତ ସମୟ ଅତିକ୍ରାନ୍ତ ହେବା ପରେ ସୁଶାନ୍ତଙ୍କ ପରିବାର ପକ୍ଷରୁ ଗହଣା ମଗାଯିବାରୁ କୁନିଲତାଙ୍କ ପ୍ରେମିକ ଆଉ କେତେଜଣ ତାଙ୍କର ସହଯୋଗୀ ଠେଙ୍ଗା ବାଡ଼ି ଧରି ସୁଶାନ୍ତଙ୍କ ପରିବାରକୁ ଆକ୍ରମଣ କଲେ । ଏନେଇ ଜୀବନରୁ ମାରିଦେବାକୁ ଧମକ ଦେଲେ । ଶେଷରେ ଅନ୍ୟକିଛି ଉପାୟ ନପାଇ ସୁଶାନ୍ତ ପଂଚାୟତ ପତ୍ର ସହ ପାଟକୁରା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ପୋଲିସ ଏକ ମାମଲା ୧୯୮/୨୨ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.