କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ବିଦ୍ଯୁତ ଆଘାତରେ ଗଲା ଛାତ୍ରୀଙ୍କ ଜୀବନ

ଜୟପୁର: କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍ ଦିଗାପୁର ସରକାରୀ ଆବାସିକ ବିଦ୍ୟାଳୟରେ ଅଘଟଣ ଘଟିଛି। ବିଦ୍ୟୁତ୍ ଆଘାତରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି ।  ମୃତ ଛାତ୍ରୀଙ୍କ ନାଁ ସବିତା ମାଠ ପଡ଼ିଆ। ଆଜି ସକାଳ ସମୟରେ ଏହି ଘଟଣା ଘଟିଛି। ସ୍କୁଲ୍ ହତା ଭିତରେ ଥିବା ଏକ ହାଇମାକ୍ସ ଲାଇଟ୍‌ ପୋଲ୍‌କୁ କୌଣସି କାରଣ ବଶତଃ ସବିତା ଛୁଇଁ ଦେଇଥିଲେ। ବିଦ୍ୟୁତ୍ ଆଘାତରେ ସେ ଗୁରୁତର ହୋଇପଡ଼ିଥିଲେ। କିଛି ପିଲା ଏନେଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ସବିତାଙ୍କୁ ଉଦ୍ଧାର କରାଯାଇ ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave a comment