ଗାଧୋଇବାକୁ ଆସି ମହାନଦୀ ସ୍ରୋତରେ ଫସିଗଲେ ଯୁବତୀ, ଉଦ୍ଧାର କଲା ଅଗ୍ନିଶମ ବାହିନୀ

ସମ୍ବଲପୁର : ମହାନଦୀକୁ ଗାଧୋଇବାକୁ ଯାଇଥିଲେ ଯୁବତୀ। ପ୍ରଖର ସ୍ରୋତରେ ଫସି ଗଲେ । ବାହାରକୁ ଆସିନପାରି ନଦୀ ଭିତରେ ଥିବା ଏକ ପଥରରେ ଜୀବନ ବଞ୍ଚାଇ ରହିଲେ । ପରେ ସାହଯ୍ୟ ପାଇଁ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ କ୍ଷେତରାଜପୁର ଆଦର୍ଶ ଥାନା ପୋଲିସ ଓ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଯୁବତୀ ଜଣକଙ୍କ ବରଗଡ଼ ଜିଲ୍ଲା ରେଙ୍ଗାଲୀ କ୍ୟାମ୍ପ ଅଞ୍ଚଳର ପ୍ରଭାବତୀ ସେଠ(୨୨) ବୋଲି ଜଣାପଡିଛି । ସେ ସମ୍ବଲପୁରରେ ରହି ଏକ ଘରୋଇ ଶିକ୍ଷା ଅନୁଷ୍ଠାନରେ କୋଚିଂ ନେଉଛନ୍ତି। ତେବେ ଆଜି ସମ୍ବଲପୁରର ସମଲେଶ୍ୱରୀ ଘାଟକୁ ଗାଧେଇବାକୁ ଯାଇଥିବା ବେଳେ ଏଭଳି ଘଟଣା ଘଟିଥିଲା। ସୂଚନାଯୋଗ୍ୟ, ବର୍ତମାନ ହୀରାକୁଦର ୪ ଗେଟ ଦେଇ ଜଳ ନିଷ୍କାସନ ଚାଲୁ ରହିଛି ।