ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସୁଏଜ୍‌ କେନାଲ୍‌ରୁ ଉଠିଲା ‘ଏଭର୍‌ ଗିଭେନ୍‌’

ନୂଆଦିଲ୍ଲୀ : ୬ ଦିନ ଧରି ଇଜିପ୍ଟର ସୁଇଜ୍ କେନାଲରେ ଅଟକି ରହିଥିବା ବିରାଟ ମାଲ ପରିବହନକାରୀ ଜାହାଜ ଏଭର୍‌ ଗିଭେନ୍ ଆଜି କାର୍ଯ୍ୟକ୍ଷମ ହୋଇଛି । ଏହି କାର୍ଗୋ ଜାହାଜକୁ ବିଶ୍ୱର ସବୁଠାରୁ ବଡ କାର୍ଗୋ କଣ୍ଟେନର ଜାହାଜ ମଧ୍ୟରୁ ଗୋଟିଏ ବୋଲି ବିବେଚନା କରାଯାଏ । ‘ଏଭର୍‌ ଗିଭେନ୍‌’ ନାମକ ଏହି ଜାହାଜ ଏସିଆରୁ ୟୁରୋପ ମଧ୍ୟରେ ଚଳାଚଳ କରିଥାଏ ।‘ସୁଏଜ୍‌ କେନାଲ୍‌’ ଶଯ୍ୟାରେ ପ୍ରାୟ ଏକ ସପ୍ତାହ ଲାଖି ରହିବା ପରେ ଅତି ପ୍ରକାଣ୍ଡ ପଣ୍ୟବାହୀ ଜାହାଜ ‘ଏଭର୍‌ ଗିଭେନ୍‌’କୁ ଉଦ୍ଧାରକାରୀମାନେ ମୁକ୍ତ କରିଥିବା କଥା ସାମୁଦ୍ରିକ ସେବା ଯୋଗାଣ ସଂସ୍ଥାନ ‘ଇଞ୍ଚ୍‌କେପ୍‌’ କହିଛି।

ଏହା ପୂର୍ବରୁ ସୁଏଜ୍ କେନାଲ କର୍ତ୍ତୃପକ୍ଷ ବିଶାଳକାୟ କଣ୍ଟେନର ଜାହାଜକୁ ଆଂଶିକ ଭାବେ ବାହାର କରାଯାଇଥିବା ସୂଚନା ଦେଇଥିଲା । ଏହି ବିଶାଳ ଜାହାଜ ପାଣିରେ ଫସିଯିବା ପରେ ଜଳପଥରେ ଟ୍ରାଫିକ୍ ଜାମ ହୋଇଯାଇଥିଲା । ଯାହାର ପ୍ରଭାବ ଭାରତୀୟ ବାଣିଜ୍ୟ ଉପରେ ପଡ଼ିଥିଲା । ଏହି ସଂକଟରୁ ମୁକ୍ତି ପାଇବା ଲାଗି ସରକାର ଅନେକ ଯୋଜନା କରିଥିଲେ. ଅନ୍ୟ ଦେଶରୁ ରପ୍ତାନୀ-ଆମଦାନୀରେ ବ୍ୟବହୃତ ଭାରତୀୟ ମାଲବାହୀ ଜାହାଜ ଗୁଡ଼ିକୁ ସୁଏଜ୍ କେନାଲ ଟ୍ରାଫିକରୁ ବର୍ତ୍ତିବା ପାଇଁ କେପ୍ ଅଫ୍ ଗୁଡ୍ ହୋପ୍ ଦେଇ ଯାତାୟାତ ପାଇଁ କୁହାଯାଇଥିଲା ।

ବିଶାଳ ଜାହାଜଟି ଝଡ଼ତୋଫାନରେ ଜାହାଜଟି ସୁଏଜ୍ କେନାଲରେ ଫସି ଯାଇଥିଲା । ୧୩୦୦ ଫୁଟ୍ ଲମ୍ବର କାର୍ଗୋ ଜାହାଜ ଫସିବା ଫଳରେ ଲାଲ ସାଗର ଓ ଭୂମଧ୍ୟ ସାଗରରେ ଟ୍ରାଫିକ୍ ଜାମ ସ୍ଥିତି ସୃଷ୍ଟି ହୋଇଥିଲା । ଏହି ଟ୍ରାଫିକ୍ ଜାମରେ ପାଖାପାଖି ୧୫୦ଟି ଜାହାଜ ଫସିଥିଲେ । ଯେଉଁଥିରେ ୧୩ ମିଲିୟନ୍ ବ୍ୟାରେଲ୍ ଅଶୌଧିତ ତୈଳ ଥିବା ୧୦ଟି ତୈଳ ଟ୍ୟାଙ୍କର ସାମିଲ୍ ଥିଲା ।

Leave A Reply

Your email address will not be published.