ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀର୍ଘ ୩୦ ବର୍ଷ ପରେ ପୁଣି ନିଜର ନୂଆ ପରିଚୟ ସୃଷ୍ଟି କଲା ସାତକୋଶିଆ, ପ୍ରାକୃତିକ ଆବାସ ସ୍ଥଳୀରେ ଜନ୍ମ ନେଲେ ବିରଳ ଘଡ଼ିଆଳ କୁମ୍ଭୀର

ଅନୁଗୁଳ: ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ପାଇଁ ଆସିଲା ଖୁସି ଖବର । ଦୀର୍ଘ ୩୦ ବର୍ଷ ପରେ ପୁଣି ନିଜର ନୂଆ ପରିଚୟ ସୃଷ୍ଟି କରିଛି ସାତକୋଶିଆ। ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ଜନ୍ମ ନେଇଛନ୍ତି ବିରଳ ଘଡ଼ିଆଳ କୁମ୍ଭୀର । ଦୀର୍ଘଦିନ ହେବ ବନ୍ଦ ହୋଇ ପଡ଼ିଥିବା ପ୍ରାକୃତିକ ପ୍ରଜନନ କେନ୍ଦ୍ର ଏବେ ପୁଣି ଥରେ ଉଜ୍ଜୀବିତ ହୋଇ ଉଠିଛି । ସୂଚନାଯୋଗ୍ୟ ଯେ ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ଡ ଅନ୍ତର୍ଗତ ଟିକରପଡ଼ା ବନ୍ୟପ୍ରାଣୀ ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଶନିବାର ଏକ ମାଆ ଘଡ଼ିଆଳ ସହ କିଛି ନବଜାତକ ଘଡ଼ିଆଳ ଶାବକଙ୍କୁ ଠାବ କରିଛି ବନବିଭାଗ । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବଳଦମରା ନିକଟରେ ମହାନଦୀ କୂଳରେ ଏକ ମାଈ ଘଡ଼ିଆଳ ସହ ପ୍ରାୟ ୨୮ ଟି ଘଡ଼ିଆଳ ଛୁଆଙ୍କୁ ଦେଖିବାକୁ ମିଳିଥିଲା । ଏହା ସାତକୋଶିଆ ଗଣ୍ଡର ପ୍ରାକୃତିକ ପରିବେଶ ମଧ୍ୟରେ ପ୍ରଜନନ ହୋଇ ସୃଷ୍ଟି ହୋଇଥିବା ଅନୁଗୁଳ ବନମଣ୍ଡଳର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପ୍ରଦୀପରାଜ କରାଟେ ସୂଚନା ଦେଇଛନ୍ତି । ସେ କହିବା କଥା ଯେ ଏହା ସାତକୋଶିଆ ପାଇଁ ଏକ ଶୁଭ ସଂକେତ । ପୂର୍ବରୁ ପ୍ରାକୃତିକ ଭାବେ କେବଳ ସାତକୋଶିଆରେ ଘଡ଼ିଆଳଙ୍କ ପ୍ରଜନନ ହୋଇ ପାରୁଥିଲା । ହେଲେ ପରିବେଶ ଅସନ୍ତୁଳନ ଯୋଗୁଁ ଏଥିରେ ବ୍ୟତିକ୍ରମ ଦେଖା ଯାଇଥିଲା । ହେଲେ ପୁଣି ଥରେ ସାତକୋଶିଆକୁ ତାର ପୂର୍ବ ପରିଚୟ ଫେରି ଆସିଛି । ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସସ୍ଥଳୀରେ ଏତେ ସଂଖ୍ୟକ ଛୁଆ ଏକା ସାଙ୍ଗରେ ଜନ୍ମ ନେବା କିଛି କମ କଥା ନୁହଁ । ଏମାନଙ୍କ ସୁରକ୍ଷା ଓ ବଂଶ ବୃଦ୍ଧି ପାଇଁ ଏବେ ସ୍ୱତନ୍ତ୍ର ଦେଖା ଶୁଣା କରାଯିବ ବୋଲି ଶ୍ରୀ କରାଟେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.