ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବ କମ ସମୟ ମଧ୍ୟରେ ଦୈନିକ ଖବରକାଗଜ ‘ସକାଳ’ ଓଡ଼ିଶାବାସୀଙ୍କ ହୃଦୟ ଜିତି ପାରିଛି

ବାରିପଦା: ଦୈନିକ ଖବରକାଗଜ ସକାଳ ପରିବାର ପକ୍ଷରୁ ବାରିପଦା ଷ୍ଟାଡିୟମ ସମ୍ମିଳନୀ କକ୍ଷରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ବନ୍ଧୁ ମିଳନ ଅନୁଷ୍ଠିତ ହୋଇଛି । ସକାଳ ଓ ନନ୍ଦିଘୋଷ ଟିଭି ପରିବାରର ଅଧ୍ୟକ୍ଷ ତଥା ରାଜ୍ୟସଭା ସଦସ୍ୟ ମାନସ ମଙ୍ଗରାଜ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ । ସେ କହିଥିଲେ ଯେ , ‘ଗଣମାଧ୍ୟମ ସମାଜକୁ ଦିଗଦର୍ଶନ ଦେଇଥାଏ। ସ୍ୱଳ୍ପ ସମୟ ମଧ୍ୟରେ ସକାଳ ଜନସାଧାରଣଙ୍କ ହୃଦୟ ଜିତି ପାରିଛି । ଆମକୁ ଆହୁରି ଅନେକ ଆଗକୁ ଯିବାକୁ ପଡ଼ିବ । ସେଥିପାଇଁ ଆମକୁ ଆହୁରି ପରିଶ୍ରମ କରିବାକୁ ପଡ଼ିବ । ଏହାଦ୍ବାରା ଲୋକଙ୍କ ଅଧିକ ବିଶ୍ୱାସଭାଜନ ହୋଇପାରିବା ।’

ଏହି କାର୍ଯ୍ଯକ୍ରମରେ ସକାଳର ସିଇଓ ସୁବ୍ରତ କୁମାର ଦାସ ଏବଂ ପ୍ରକାଶକ ଅମିତ କୁମାର ମଲ୍ଲିକ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। କାର୍ଯ୍ଯକ୍ରମରେ ମୟୂରଭଞ୍ଜ ଜିଲ୍ଲାର ସକାଳ ସମ୍ବାଦପତ୍ର ଓ ନନ୍ଦିଘୋଷ ଟିଭିର ସାମ୍ବାଦିକମାନେ ଅଂଶଗ୍ରହଣ କରିଥିଲେ। କାର୍ଯ୍ଯକ୍ରମକୁ ପରିଚାଳନା କରିଥିଲେ ସକାଳର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ମନୋଜ କୁମାର ପଣ୍ଡା ।

Leave A Reply

Your email address will not be published.