ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଖୁବ୍‌ ଶିଘ୍ର ଆପଣଙ୍କ ଗାଡି ଟାଙ୍କି ଫୁଲ୍‌ କରିଦିଅନ୍ତୁ, ମୋଦୀ ସରକାରଙ୍କ ନିର୍ବାଚନୀ ଅଫର ଶେଷ ହେବାକୁ ଯାଉଛି : ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ : ଖୁବ୍‌ ଶିଘ୍ର ବଢିବ ପେଟ୍ରୋଲ ଓ ଡିଜେଲ ଦର।ୟୁକ୍ରେନ୍ ଯୁଦ୍ଧ ଆରମ୍ଭ ହେବା ପରେ ବିଶ୍ବ ବଜାରରେ ଅଶୋଧିତ ତେଲ ଦର ଦ୍ରୁତ ଗତିରେ ବଢିଚାଲିଛି। ଏହା ଫଳରେ ଆଗାମୀ ଦିନରେ ତେଲ ଦର ବଢିବା ସମ୍ଭାବନା ରହିଛି । ଦେଶରେ ଗତ ନଭେମ୍ବରରୁ ୪ ମାସ ହେଲା ତେଲଦର ସ୍ଥିର ରହିଛି । କିନ୍ତୁ ୫ଟି ରାଜ୍ୟରେ ଚାଲିଥିବା ନିର୍ବାଚନ ଶେଷ ହେବା ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢିବ ବୋଲି କୁହାଯାଉଛି। ଦେଶରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ।


ଆଗକୁ ଦେଶରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ରର ମୋଦୀ ସରକାର ଉପରେ ପୁଣି ବର୍ଷିଛନ୍ତି କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି । ରାହୁଲ ଗାନ୍ଧୀ ଶନିବାର ଟ୍ୱିଟ କରି କହିଛନ୍ତି ଯେ ଜନସାଧାରଣ ସେମାନଙ୍କ ଗାଡିର ଟ୍ୟାଙ୍କିକୁ ଖୁବ୍‌ ଶିଘ୍ର ଫୁଲ୍‌ କରିଦେବା ଉଚିତ, କାରଣ ମୋଦୀ ସରକାରଙ୍କ ‘ନିର୍ବାଚନ ଅଫର’ ଶେଷ ହେବାକୁ ଯାଉଛି। କଂଗ୍ରେସ ଦାବି କରିଛି ଯେ ଉତ୍ତରପ୍ରଦେଶ ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଗତ କିଛି ସପ୍ତାହ ହେବ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି ହୋଇନାହିଁ। କିନ୍ତୁ ନିର୍ବାଚନ ସରୁସରୁ କେନ୍ସ୍ରର ମୋଦୀ ସରକାର ପୁଣିଥରେ ଦର ବୃଦ୍ଧି କରି ଲୋକଙ୍କ ଉପରେ ଆର୍ଥିକ ବୋଝ ଲଦିଦେବେ।

ସୂଚନାଯୋଗ୍ୟ ରୁଷ ଏବଂ ଯୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରଭାବରେ ବିଶ୍ବ ବଜାରରେ ଅଶୋଧୂତ ତୈଳ ଦର ଉପରମୁହାଁ ହେବାରେ ଲାଗିଛି। ଏଥିଯୋଗୁ ବ୍ରେଣ୍ଟ କ୍ରୁଡ୍ ଦର ବ୍ୟାରେଲ ପିଛା ୧୧୧ ଡଲାରକୁ ବୃଦ୍ଧି ପାଇଛି। ଏହି ସମୟରେ, ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି (ଆଇଇଏ) ବିଶ୍ବରେ ବୃଦ୍ଧି ପାଉଥିବା ଶକ୍ତି ସଙ୍କଟ ବିଷୟରେ ଚେତାବନୀ ଦେଇଛି।ରୁଷ-ୟୁକ୍ରେନ ଯୁଦ୍ଧ ଯୋଗୁଁ ରୁଷରୁ ଅଶୋଧ ତୈଳ ଯୋଗାଣ ପ୍ରଭାବିତ ହୋଇଥିଲା। ଏହାର ପ୍ରଭାବରେ ୨୦୧୪ଠାରୁ ଅଶୋଧୃତ ତୈଳ ମୂଲ୍ୟ ସର୍ବାଧିକ ବିଗତ ୮ ବର୍ଷରେ ସର୍ବାଧିକ ହୋଇଛି। ଏହି କାରଣରୁ ଆଗାମୀ ଦିନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ଲିଟର ପିଛା ୨୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ। ଜାପାନ, ଆମେରିକା ସମେତ ଆଇଇଏର ସଦସ୍ୟମାନେ ସେମାନଙ୍କ ଭଣ୍ଡାରରୁ ୬୦ ନିୟୁତ ବ୍ୟାରେଲ ତୈଳ ଛାଡିବାକୁ ପ୍ରସ୍ତୁତ ହୋଇଛନ୍ତି, କିନ୍ତୁ ଏହା ଗୋଟିଏ ଦିନର ତେଲ ବ୍ୟବହାରଠାରୁ କମ୍। ଏଭଳି ପରିସ୍ଥିତିରେ ଅଶୋଧୃତ ବିଶେଷଜ୍ଞମାନେ କହିଛନ୍ତି ଯେ ଉତ୍ତରପ୍ରଦେଶ ଏବଂ ପଞ୍ଜାବ ସମେତ ୫ଟି ରାଜ୍ୟରେ ଚାଲିଥିବା ବିଧାନସଭା ସ।ଧରଣ ନିର୍ବାଚନ ପରେ ଲୋକ ମୁଦ୍ରାସ୍ଫୀତିକୁ ନେଇ ଏକ ବଡ଼ ଝଟ୍‌କା ପାଇପାରନ୍ତି । ମାର୍ଚ୍ଚ ୧୦ରେ ବିଧାନସଭା ନିର୍ବାଚନର ଫଳାଫଳ ଆସିବ, ଯାହା ପରେ ପେଟ୍ରୋଲ ଏବଂ ଡିଜେଲ ମହଙ୍ଗା ହୋଇପାରେ। କାରଣ ସାଧାରଣତଃ ଦେଖାଯାଏ ଯେ ନିର୍ବାଚନ ସମୟରେ ତୈଳ କମ୍ପାନୀଗୁଡ଼ିକ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବୃଦ୍ଧି କରନ୍ତି ନାହିଁ ।

Leave A Reply

Your email address will not be published.