ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଗ୍ୟାସ ବୋଝେଇ ଟ୍ୟାଙ୍କର ସହ ବାଇକ ଦୁର୍ଘଟଣାଗ୍ରସ୍ତ

ଯାଜପୁର: ଚଣ୍ଡଖୋଲ କଡ଼େଇ ଛକ ନିକଟରେ ଗ୍ୟାସ ବୋଝେଇ ଟ୍ୟାଙ୍କର ଓ ବାଇକ ମଧ୍ୟରେ ଭୟଙ୍କର ଦୁର୍ଘଟଣା ଘଟିଛି । ଭାରତ ପେଟ୍ରୋଲିୟମର ଗ୍ୟାସ ଟ୍ୟାଙ୍କର ଚଣ୍ଡିଖୋଲ ଅଭିମୁଖେ ଯାଉଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥର କଡେଇ ଛକ ନିକଟରେ ଏକ ବାଇକ ସହ ଧକ୍କା ହୋଇଛି । ଦୁର୍ଘଟଣା ପରେ ବାଇକଟି ଟ୍ୟାଙ୍କର ତଳେ ପଶିଯିବା ଫଳରେ ଗ୍ୟାସ ଗାଡ଼ିର ଟାୟାର ଫାଟି ଯାଇଥିଲା । ଫଳରେ ବାଇକରେ ଥିବା ଦୁଇ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ବଡ଼ଚଣା ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

ଦୁର୍ଘଟଣା ପରେ ଗ୍ୟାସ ଗାଡ଼ିରୁ ଗ୍ୟାସ ଲିକ ହେବାରେ ଲାଗିଥିଲା । ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଁଚି ଗ୍ୟାସକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛି । ଜାତୀୟ ରାଜପଥରେ ଗୋଟିଏ ଲେନରେ ଗାଡି ଯିବା ଆସିବା କରୁଥିବାବେଳେ ଅନ୍ୟ ପଟ ଲେନ କୁ ବନ୍ଦ ରଖାଯାଇଛି ।

Leave A Reply

Your email address will not be published.