ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା: ବାଧୁଛି ଗ୍ୟାସ୍ ଦର, କାଲିଠୁ ବିଜେଡିର ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର: ବିଫଳ ହୋଇଛି ଉଜ୍ଜ୍ୱଳା ଯୋଜନା । ମାଆ ମାନେ ପୁଣି ଫେରିଛନ୍ତି ଚୁଲି ପାଖକୁ।  ଗ୍ୟାସର ବର୍ଦ୍ଧିତ ଦରକୁ ନେଇ ଜନ ଅସନ୍ତୋଷ ତେଜିଲାଣି । ଦରବୃଦ୍ଧି ଯୋଗୁଁ ରିଫିଲିଂ ନ କରିପାରି ଦୁର୍‌ଦ୍ଦିନରେ ଦିନ କାଟୁଛନ୍ତି ମହିଳା । ଏହାର ପ୍ରତିବାଦର ବିଜୁ ଯୁବ, ଛାତ୍ର ଓ ମହିଳା ଜନତା ଦଳ ପକ୍ଷରୁ ଆସନ୍ତା ୨୨ରେ କଟକ, ୨୩ରେ ସମ୍ବଲପୁର ଓ ୨୪ ବ୍ରହ୍ମପୁର ଆରଡିସି ଜୋନରେ ଥିବ ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ ବୋଲି ପ୍ରେସମିଟରେ କହିଛନ୍ତି ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ । ଏନେଇ ବିଜେଡି ପକ୍ଷରୁ ପ୍ରେସମିଟ୍‌ କରାଯାଇଛି ।

ସାଢେ ୩ ବର୍ଷ ମଧ୍ୟରେ ଗ୍ୟାସ ଦର ୭୦ ପ୍ରତିଶତ ବଢ଼ିଛି । ଗ୍ୟାସ୍‌ ଦର ନ କମାଇଲେ ବିରାଟ ଜନ ଆନ୍‌ଦୋଳନ ହେବ । ସିଏଜି ମଧ୍ୟ ତାଙ୍କ ରିପୋର୍ଟରେ ଉଜ୍ଜ୍ୱଳା ଗ୍ୟାସ୍‌ ରିଫିଲିଂ ହାର କମ ଥିବା କହିଛନ୍ତି । ନ୍ୟାସନାଲ ଫ୍ୟାମିଲି ହେଲଥ୍‌ ସର୍ଭେ ଅନୁସାରେ, ୯୮ ନୁହେଁ ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ବଢ଼ିଛି । ଉଜ୍ଜ୍ୱଳା ଯୋଜନା କରି କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଠକିଛନ୍ତି । ଏବେ ସିଲିଣ୍ଡର ଦାମ ୯ ଶହ ଟଙ୍କା ଉପରେ ରହିଛି । କେନ୍ଦ୍ର ସରକାର ଦର ହ୍ରାସ ନ କରିବା ଯାଏ ଏହା ବିରୋଧରେ ସାରା ରାଜ୍ୟରେ ଆନ୍ଦୋଳନ ହେବ ।

ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ବିଜୁ ଜନତା ଦଳ ସାଧାରଣ ଜନତାଙ୍କ ସ୍ୱର ହୋଇ ଆନ୍ଦୋଳନ କରିବ । ଆସନ୍ତାକାଲି କଟକ ଆରଡିସି ଜୋନର ସମସ୍ତ ବ୍ଲକରେ ଆନ୍ଦୋଳନ କରାଯିବ । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଆନ୍ଦୋଳନ କରାଯିବ । ଆନ୍ଦୋଳନ ତୀବ୍ରତର ହେବ । କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ଆଜି ପ୍ରବଞ୍ଚନାରେ ପରିଣତ ହୋଇଛି ।

Leave A Reply

Your email address will not be published.