ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର; ଗ୍ୟାସ ନିର୍ଗତ ହେବା ପରେ ଯାତାୟାତ ବନ୍ଦ

କଳାହାଣ୍ଡି: ଭାରସାମ୍ଯ ହରାଇ ଓଲଟିଲା ଗ୍ୟାସ ବୋଝେଇ ଟ୍ୟାଙ୍କର । ଭବାନିପାଟଣା ରାୟପୁର ୧୬ ନମ୍ବର ରାଜ୍ଯ ରାଜପଥ ପାଷ୍ଟିପଡା ନିକଟରେ ଭାରସାମ୍ଯ ହରାଇ ଗ୍ୟାସ ବୋଝେଇ ଟ୍ୟାଙ୍କରଟି ଓଲଟି ପଡିଛି । ଦୁର୍ଘଟଣା ପରେ ଟ୍ୟାଙ୍କରରୁ ଗ୍ୟାସ ନିର୍ଗତ ହେଉଛି । ଗ୍ୟାସ୍ ନିର୍ଗତ ହୋଇ ପୁରା ଅଞ୍ଚଳର ଧୂଆଁମୟ ହୋଇଛି । ଫଳରେ ଯାତାୟତ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗ୍ୟାସ୍ ଲିକ୍ ବନ୍ଦ କରିବାକୁ ଉଦ୍ୟମ ଚଳାଇଛନ୍ତି । ଗ୍ୟାସ୍ ଲିକ ହେବାରୁ ସ୍ଥାନୀୟ ଲୋକେ ଆତଙ୍କିତ ଅଛନ୍ତି । ପାଖ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ କିଛି ସମୟ ପାଇଁ ରନ୍ଧା ବଢା କରିବା ପାଇଁ ପାଇଁ ମନା କରାଯାଇଛି । ଏହା ସହିତ ସେହି ସ୍ଥାନକୁ ଅବା ଆଖ ପାଖ ସ୍ଥାନକୁ ନ ଯିବା ପାଇଁ ମନା କରାଯାଇଛି ।

Leave A Reply

Your email address will not be published.