ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେମିକାଲ ପ୍ଲାଣ୍ଟରୁ ହଠାତ୍‌ ଲିକ୍‌ ହେଲା ବିଷାକ୍ତ ଗ୍ୟାସ : ୬୮ ଗୁରୁତର, ମୁଖ୍ୟମନ୍ତ୍ରୀ ଦେଲେ ତଦନ୍ତ ନିର୍ଦ୍ଦେଶ

ବିଶାଖାପାଟଣା : ବିଶାଖାପାଟଣା ନିକଟ ଅନାକପଲ୍ଲୀରେ ଏକ ପୋଷାକ ଉତ୍ପାଦନ କାରଖାନାରେ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ ୬୮ଜଣ ଗୁରୁତର ହୋଇଛନ୍ତି।ଯେଉଁଥିରେ ୫୦ରୁ ଅଧିକ ମହିଳା ଅସୁସ୍ଥ ଥିବା ଜଣାପଡିଛି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ଖବର ଅନୁଯାୟୀ, ବିଳମ୍ବିତ ରାତିରେ ବିଶାଖାପାଟଣା ସ୍ପେଶାଲ୍‌ ଇକୋନୋମିକ୍‌ ଜୋନ୍‌ରେ ଥିବା କାରଖାନ୍‌ରେ ଗ୍ୟାସ୍‌ ଲିକ୍‌ ହୋଇଥିବା ସୂଚନା ମିଳିଥିଲା । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀ ଓ ଉଦ୍ଧାର କାରୀ ଦଳକୁ ଖବର ଦିଆଯାଇଥିଲା । କିନ୍ତୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ କାରଖାନାରେ କାମ୍‌ କରୁଥିବା ପ୍ରାୟ ଏକାଧିକ ମହିଳା ଗୁରୁତର ହୋଇଥିଲେ । କାରଖାନାରୁ ଏହି ବିଷାକ୍ତ ଗ୍ୟାସ୍‌ ଲିକ୍‌ ଲାଗି ୫୦ରୁ ଅଧିକ ମହିଳା ଗୁରୁତର ହୋଇଛନ୍ତି । ତୁରନ୍ତ ସେମାନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ କେତେକଙ୍କ ଅବସ୍ଥା ଗୁରୁତର ଥିବାରୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।

ଅନାକପଲ୍ଲୀର ଏସ୍‌ପିଙ୍କ ସୂଚନା ଅନୁଯାୟୀ, ଘଟଣାଟି ସନ୍ଧ୍ୟା ୬.୧୫ରୁ ୭ ମଧ୍ୟରେ ଘଟିଛି। ଅପରାହ୍ଣ ୨ଟାରୁ ରାତ୍ର ୧୦ଟା ପର୍ୟ୍ୟନ୍ତ କାରଖାନରେ ଚାଲିଥିବା ଦ୍ବିତୀୟ ସିଫ୍ଟ୍‌ରେ ପ୍ରାୟ ୧୦୦୦ଜଣ କର୍ମଚାରୀ କାର୍ଯ୍ୟ କରୁଥିଲେ। ପ୍ରାୟ ୫୦ଜଣ ମହିଳା କର୍ମଚାରୀ ଅସୁସ୍ଥତା ଅନୁଭବ କରୁଥିବା କଥା ଜଣାଇଥିଲେ। ଗ୍ୟାସ୍‌ ଲିକ୍‌ ଯୋଗୁ ୬୮ଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ତୁରନ୍ତ ଉକ୍ତ ସ୍ଥାନ ଖାଲି କରାଯାଉଛି। ଅମୋନିଆ ଗ୍ୟାସ୍‌ ଲିକ୍‌ ହେବାରୁ ଏପରି ଘଟଣା ଘଟିଥିବା ତଦନ୍ତକାରୀ ଅଧିକାରୀ ଆଶଙ୍କା ବ୍ୟକ୍ତ କରୁଛନ୍ତି।

ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ କେମିକାଲ୍ସ ଟେକନୋଲଜିର ବିଶେଷଜ୍ଞ ଟିମ୍‌ ଘଟଣାସ୍ଥଳ ପରିଦର୍ଶନ କରି ବିଷାକ୍ତ ଗ୍ୟାସ୍‌କୁ ଟେଷ୍ଟିଂ ପାଇଁ ଲ୍ୟାବ୍‌କୁ ପଠାଇଛନ୍ତି। ଏହି ଘଟଣା ପରେ ରାଜ୍ୟ ପ୍ରଦୂଷଣ ବୋର୍ଡ କମ୍ପାନୀକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛି। ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।ଏଠାରେ ଗତ ୪ ମାସରେ ଏହା ତୃତୀୟ ଗ୍ୟାସ୍ ଘଟଣା ବୋଲି କୁହଯାଉଛି । ଏପରି ସମାନ ଘଟଣା ଗତ ଜୁମ୍‌ ୩ ତାରିଖରେ ବି ଘଟିଥିଲା, ଯେଉଁଥିରେ ମହିଳାମାନେ ଆଖି ପୋଡ଼ିବା ସହ ବାନ୍ତି ହେଉଥିବା ଅଭିଯୋଗ କରିଥିଲେ।

Leave A Reply

Your email address will not be published.