ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଏଣିକି ବୁକିଂର ଦୁଇ ଘଣ୍ଟାରେ ଘରେ ପହଞ୍ଚିବ ଗ୍ଯାସ୍ ସିଲିଣ୍ଡର

ନୂଆଦିଲ୍ଲୀ: ରନ୍ଧନ ଗ୍ୟାସ ବା ଏଲ୍‌ପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଭଲ ଖବର। ଗ୍ୟାସ ସିଲିଣ୍ଡର ପାଇଁ ଏଣିକି ଆଉ ଗ୍ରାହକଙ୍କୁ ଦିନ ଦିନ ଧରି ଅପେକ୍ଷା କରିବାକୁ ପଡିବନାହିଁ । ଆଗକୁ କେବଳ ଦୁଇ ଘଣ୍ଟା ମଧ୍ୟରେ ଘରେ ପହଞ୍ଚିବ ଗ୍ୟାସ ସିଲିଣ୍ଡର। ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନୀ ଇଣ୍ଡିଆନ ଅଏଲ୍ (ଆଇଓସିଏଲ) ତତ୍କାଳ ଏଲପିଜି ସେବା ମାଧ୍ୟମରେ ଗ୍ରାହକଙ୍କୁ ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଗ୍ୟାସ ସିଲିଣ୍ଡର ଡେଲିଭରୀ ଦେବ । ଅର୍ଥାତ ଯେଉଁ ଦିନ ଗ୍ରାହକ ରନ୍ଧନ ଗ୍ୟାସ ପାଇଁ ବୁକ୍ କରିବେ ସେହିଦିନ ଗ୍ୟାସ ସିଲିଣ୍ଡର ଡେଲିଭରୀ ମିଳିଯିବ। ଏ ସମ୍ପର୍କରେ ଟ୍ଵିଟ୍ କରି ଇଣ୍ଡିଆନ ଅଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ଆଇଓସିଏଲ ଟ୍ଵିଟ କରି କହିଛି ଯେ, ଇଣ୍ଡିଆନ ଅଏଲର ଇଣ୍ଡିଆନ ତତ୍କାଳ ସେବା ବୁକିଂର ମାତ୍ର ଦୁଇ ଘଣ୍ଟା ଭିତରେ ଘରେ ଏଲପିଜି ପହଞ୍ଚାଇବାର ଭରଷା ଦେଉଛି। ଆଇଭିଆରଏସ ଇଣ୍ଡିଆନ ଅଏଲ ୱେବସାଇଟ୍ କିମ୍ବା ଇଣ୍ଡିଆନ ଅଏଲ ୱାନ୍ ଆପ ମଧ୍ୟରେ ଅଳ୍ପ ପ୍ରିମିୟମରେ ଗ୍ରାହକ ଏହି ସେବାର ଲାଭ ଉଠାଇପାରିବେ। ବର୍ତ୍ତମାନ ଏହି ସେବା ହାଇଦ୍ରାବାଦର କିଛି ନିର୍ଦ୍ଦିଷ୍ଟ ବିତରକଙ୍କ ପାଖରେ ଉପଲବ୍ଧ ରହିଛି। ଗତବର୍ଷ ଇଣ୍ଡିଆନ ଅଏଲ ପକ୍ଷରୁ ରିଫି’ଲିଂ ବୁକିଂ ପାଇଁ ମିସଡ୍ କଲ ସୁବିଧା ଆରମ୍ଭ ହୋଇଥିଲା | ଯେଉଁଥିରେ ଗ୍ରାହକ ସହଜରେ ସିଲିଣ୍ଡର ଏବଂ ନୂଆ ଏଲପିଜି ସଂଯୋଗ ପାଇଁ ପଞ୍ଜିକରଣ କରିପାରୁଛନ୍ତି।

Leave A Reply

Your email address will not be published.