ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କରୋନା କଟକଣା; ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡିବା ମନା

ଗଞ୍ଜାମ: ରାଜ୍ଯରେ କରୋନା ସଂକ୍ରମଣ ମାମଲା ବୃଦ୍ଧିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ ଲାଗି ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗଞ୍ଜାମ ଜିଲ୍ଲାର ସରକାରୀ କର୍ମଚାରୀଙ୍କୁ ସଦର ମହକୁମା ଛାଡ଼ିବାକୁ ମନା କରାଯାଇଛି । ଜରୁରୀ କାମରେ ଯିବାକୁ ଥିଲେ ବିଭାଗୀୟ ଅନୁମତି ନେବା ଦରକାର ବୋଲି ଜିଲ୍ଲାପାଳ ହିଛନ୍ତି । କଟକଣା ଉଲ୍ଲଂଘନ କଲେ କାର୍ଯ୍ଯାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଟ୍ବିଟ ମାଧ୍ଯମରେ ଜଣାଇଛନ୍ତି।

ଅନ୍ୟପଟେ ବାହାର ରାଜ୍ୟରେ ସଂକ୍ରମଣ ବଢ଼ୁଥିବାରୁ ପୁଣି ଥରେ ଘରମୁହାଁ ହେଉଛନ୍ତି ପ୍ରବାସୀ । ଏସବୁକୁ ଦୃଷ୍ଟିରେ ରଖି ସଦର ମହକୁମାରେ ରହିବାକୁ ସରକାରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

Leave A Reply

Your email address will not be published.